କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ଦିନରେ ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଆଉ ତାଙ୍କର ଏହି ଗସ୍ତ ପୂର୍ବରୁ ଆମେରିକାରେ ଥିବା ପ୍ରବାସୀ ଭାରତୀୟମାନେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ପ୍ରବାସୀ ଭାରତୀୟମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ୍ କରିବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରିରହିଛନ୍ତି । ଏପରିକି ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ପାଇଁ ଜଣେ ପ୍ରବାସୀ ଭାରତୀୟ ନିଜ ଗାଡିର ନମ୍ବର ପ୍ଲେଟ୍ ବଦଳାଇ ଏନ୍ମୋଦୀ ରଖିବା ଦୃଶ୍ୟ ସାମ୍ନାକୁ ଆସିଛି ।

Advertisment

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିତ୍ୱରେ ପ୍ରଭାବିତ ହୋଇ ନିଜ ଗାଡିର ନମ୍ବର ପ୍ଲେଟ୍ ଏନ୍ମୋଦୀ ଭାବେ ରଖିଥିବା ସେହି ବ୍ୟକ୍ତି ଜଣଙ୍କ କହିଛନ୍ତି । ଆମେରିକା ନିମନ୍ତ୍ରଣରେ ତୃତୀୟ ଭାରତୀୟ ରାଜନେତା ଭାବେ ଗସ୍ତ କରିବେ ପ୍ରଧାନମନ୍ତ୍ରୀ । ଜୁନ୍ ୨୧ରୁ ୨୪ ତାଙ୍କର ଏହି ଗସ୍ତର କାର୍ଯ୍ୟକ୍ରମ ରହିଛି । ତେବେ ଏହାକୁ ନେଇ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି, ଏହା ଏକ ସମ୍ମାଦସ୍ପଦ ନିମନ୍ତ୍ରଣ । ଖୁବ୍ କମ୍ ରାଷ୍ଟ୍ରନେତାଙ୍କୁ ଏହି ନିମନ୍ତ୍ରଣ ମିଳିଥାଏ । ମୋଦୀଙ୍କ ଯାତ୍ରା ନ୍ୟୁୟର୍କ ସହରରୁ ଆରମ୍ଭ ହେବ । ବିଶ୍ୱ ଯୋଗ ଦିବସରେ ଜାତିସଂଘ ହେଡକ୍ୱାଟର୍ସରେ ନିଜ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ ।