କନକ ବ୍ୟୁରୋ : ଗୋଟିଏ ନମ୍ବରରେ ଚାଲୁଛି ଏକାଧିକ ଗାଡି । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଅଂଚଳରେ ଏଭଳି ଗାଡି ଚାଲୁଥିବା ଦେଖିବାକୁ ମିଳିଛି । ପାଣିକୋଇଲି ଟାଙ୍କି ନିକଟରେ ସମାନ ନମ୍ବର ଥିବା ଗୋଟିଏ ହାଇୱା ଓ ଆଉ ଗୋଟିଏ ୧୨ ଚକିଆ ଟ୍ରକ ଦେଖିବାକୁ ମିଳିବା ପରେ ଏହା ଚର୍ଚ୍ଚାକୁ ଆସିଛି । ଗୋଟିଏ ନମ୍ବରରେ ଦୁଇଟି ବଡ ଗାଡି କିପରି ଚାଲୁଛି ତାକୁ ନେଇ ପ୍ରଶ୍ନ ଉଠିଛି । ପରିବହନ କାର୍ଯ୍ୟାଳୟର ଜାଣତରେ ନା ଅଜାଣତରେ ଏଭଳି ଚାଲିଛି ତାକୁ ନେଇ ସାଧାରଣ ଲୋକ ପ୍ରଶ୍ନ ଉଠାଇଛନ୍ତି ।
ଏହା ଦ୍ୱାରା ରାଜସ୍ୱ ହାନି ସହ ଚୋରା ଚାଲାଣ ଓ ଚୋରି ଗାଡି ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି । ପୂର୍ବରୁ ମଧ୍ୟ ଏହି ଅଂଚଳରେ ଗୋଟିଏ ନମ୍ବରରେ ଏପରି ଅନେକ ଗାଡି ଦେଖିବାକୁ ମିଳିଥିଲା । ଏପରିକି ଏହି କେଳେଙ୍କାରୀ ସମ୍ପୃକ୍ତି ଅଭିଯୋଗରେ ଚଣ୍ଡିଖୋଲ ଆରଟିଓ ଅଧିକାରୀ ନିଲମ୍ବିତ ହୋଇଥିଲେ । ଏବେ ପୁଣିଥରେ ସେହି ପୁରୁଣା କେଳେଙ୍କାରୀ ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/9-23.jpg)