ବିରୋଧୀ ଚାହୁଁଛନ୍ତି ଯଦି ପାକିସ୍ତାନ ଯାଇ ଆତଙ୍କୀଙ୍କ ଶବ ଗଣନ୍ତୁ : ରାଜନାଥ ସିଂହ

ବିରୋଧୀ ଚାହୁଁଛନ୍ତି ଯଦି ପାକିସ୍ତାନ ଯାଇ ଆତଙ୍କୀଙ୍କ ଶବ ଗଣନ୍ତୁ : ରାଜନାଥ ସିଂହ

କନକ ବ୍ୟୁରୋ : ପୁଲୱାମା ଆକ୍ରମଣ ଘଟଣାରେ ଥମିବାରେ ନା ନେଉ ନାହିଁ ବିବାଦ । ଗୋଟିଏ ପରେ ଗୋଟିଏ ରାଜନେତା ଏହି ଘଟଣା ସମ୍ପର୍କରେ ବୟାନବାଜି ଦେଉଛନ୍ତି । ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନରେ କେତେ ଆତଙ୍କବାଦୀ ନିପାତ ହୋଇଛନ୍ତି ତାହାର ପ୍ରମାଣ କଂଗ୍ରେସ ମାଗୁଥିବାରୁ ଏହାର ଜବାବ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ । ସେ କହିଛନ୍ତି ଯେ, ପୁଲୱାମା ଆକ୍ରମଣକୁ ନେଇ ବିରୋଧୀ ରାଜନୀତି କରୁଛନ୍ତି । ଯଦି ପାକରେ କେତେ ଆତଙ୍କବାଦୀ ମରିଛନ୍ତି ତାହାର ହିସାବ ନେବାକୁ କଂଗ୍ରେସର ନେତା ପାକିସ୍ତାନ ଯାଆନ୍ତୁ ଓ ସେଠାରେ ଶବ ଗଣନ୍ତୁ ବୋଲି ସେ କହିଛନ୍ତି ।

publive-imageରାଜନାଥ କହିଛନ୍ତି ଯେ, ଭାରତୀୟ ବାୟୁସେନା ସେଠାରେ କରିଥିବା ଏୟାରଷ୍ଟ୍ରାଇକରେ କେତେ ଜଣ ଆତଙ୍କୀ ନିପାତ ହୋଇଛନ୍ତି ତାହା ଆଜି ନହେଲେ କାଲି ଜଣାଯିବ । ତାହାକୁ ନେଇ ବିରୋଧୀ ଏତେ କାହିଁକି ବ୍ୟସ୍ତ ବୋଲି ସେ ପ୍ରଶ୍ନ କରିଛନ୍ତି । କେବଳ ଏତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି ଯେ, କେବଳ ପାକିସ୍ତାନ ହିଁ ଜାଣେ ତାହା ମାଟିରେ କେତେ ଆତଙ୍କୀ ମରିଛନ୍ତି? କାରଣ ସାରା ଦେଶର ଜନତା ଜାଣିଛି ଯେ, ଏୟାରଷ୍ଟ୍ରାଇକ ସମୟରେ ୩୦୦ରୁ ଅଧିକ ମୋବାଇଲ ସେହି ସ୍ଥାନରେ ଆକ୍ଟିଭ ଥିଲା ।

publive-image https://economictimes.indiatimes.com

ବାୟୁସେନା ବଦଲା ନେଇଛି । ତେଣୁ କେତେ ନିପାତ ହେଲେ ତାହା ଗଣିବା ବାୟୁସେନାର କାମ ନୁହେଁ । ତେଣୁ ଏହାକୁ ରାଜନୀତି କରିବା ଠିକ ନୁହେଁ । ଏବଂ କିଛି ବିରୋଧୀ ଦଳଙ୍କୁ କଟାକ୍ଷ କରି ସେ କହିଛନ୍ତି ଯେ, ସେଠାରେ ହୋଇଥିବା ଆକ୍ରମଣ ବେଳେ ୩୦୦ ମୋବାଇଲ ଆକ୍ଟିଭ ଥିଲା । ଯଦି କେହି ସେଠାରେ ନଥିଲେ ତେବେ ଗଛ ବୋଧୁଏ ମୋବାଇଲ ବ୍ୟବହାର କରୁଥିଲା ବୋଲି ରାଜନାଥ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe