ସାରା ଦେଶରେ କରୋନା ସଂକ୍ରମଣ : ଜାଣନ୍ତୁ କିଭଳି କରୋନାର ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ଦ୍ରୁତବେଗରେ ସଂକ୍ରମିତ ହେଉଛି

174

ସୋମବାର ୬୮ ହଜାରରୁ ଅଧିକ କରୋନା ସଂକ୍ରମଣ ସହ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨୦ ଲକ୍ଷ ଟପିଯାଇଛି । ସେହିପରି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୫ ଲକ୍ଷରୁ ଅଧିକ ଅଛି । ସୋମବାର ଗୋଟିଏ ଦିନରେ ୬୮ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ଗତବର୍ଷ ଅକ୍ଟୋବର ପରେ ପ୍ରଥମ ବୋଲି କୁହାଯାଉଛି । ଯଦିଓ ମଙ୍ଗଳବାର ଏହି ସଂଖ୍ୟା ସାମାନ୍ୟ କମିଛି । ଗତ ୨୪ ଘଂଟାରେ ୫୬ ହଜାର ୨୧୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ୨୧୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ତେବେ ଗତବର୍ଷ ଏହି ସମୟରେ କରୋନାର ପ୍ରଥମ ଲହର ଅପେକ୍ଷା ଚଳିତବର୍ଷ ଦେଖା ଦେଇଥିବା ଦ୍ୱିତୀୟ ଲହର ଅଧିକ ଦ୍ରୁତ ବେଗରେ ସଂକ୍ରମିତ ହେଉଥିବା ଦେଉଛି ।

ଦେଶରେ କରୋନାର ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ଅଧିକ ଦ୍ରୁତ ବେଗରେ ସଂକ୍ରମିତ ହେଉଛି । ଗତବର୍ଷ ସେପ୍ଟେମ୍ବର ଅକ୍ଟୋବର ବେଳକୁ କରୋନାର ଦୈନିକ ସଂକ୍ରମଣ ୧୮ ହଜାରରୁ ୫୦ ହଜାରରେ ପହଂଚିବା ପାଇଁ ୩୨ ଦିନ ଲାଗୁଥିବାବେଳେ ଚଳିତବର୍ଷ ମାର୍ଚ୍ଚରେ ଏଥିପାଇଁ ୧୭ ଦିନ ସମୟ ଲାଗିଛି । ମାର୍ଚ୍ଚ ୧୧ରେ ଦେଶରେ ୨୪ ଘଂଟାରେ ୧୮ ହଜାର ୩୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମାର୍ଚ୍ଚ ୨୭ ତାରିଖରେ ୫୦ ହଜାର ୫୧୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ମହାରାଷ୍ଟ୍ରରେ ଗତବର୍ଷ ୧୧ ହଜାରରୁ ୨୧ ହଜାରରେ ଦୈନିକ ସଂକ୍ରମଣ ପହଂଚିବା ଲାଗି ୩୧ ଦିନ ସମୟ ଲାଗୁଥିଲା । ଏବେ କିନ୍ତୁ ୧୧ ଦିନରେ ଏହି ସଂଖ୍ୟା ମହାରାଷ୍ଟ୍ରରେ ପହଂଚି ଯାଉଛି ।

ମହାରାଷ୍ଟ୍ରରେ କରୋନା ସଂକ୍ରମଣ

ମାର୍ଚ୍ଚ ୦୮- ୧୧ ହଜାର ୧୪୧

ମାର୍ଚ୍ଚ ୧୮- ୨୩ ହଜାର ୧୭୯

ପ୍ରଥମ ଲହର – ୩୧ ଦିନ

ଦ୍ୱିତୀୟ ଲହର – ୧୧ ଦିନ

ପ୍ରତି ୧ ଲକ୍ଷ ସଂକ୍ରମଣ ଟପିବାକୁ କେତେ ଦିନ ?

ପ୍ରଥମ ଲହର –

୨ ରୁ ୩ ଲକ୍ଷ- ୧୫ ଦିନ

୩ ରୁ ୪ ଲକ୍ଷ- ୦୮ ଦିନ

୪ ରୁ ୫ ଲକ୍ଷ- ୦୮ ଦିନ

ଦ୍ୱିତୀୟ ଲହର –

୨ ରୁ ୩ ଲକ୍ଷ- ୦୮ ଦିନ

୩ ରୁ ୪ ଲକ୍ଷ- ୦୫ ଦିନ

୪ ରୁ ୫ ଲକ୍ଷ- ୦୪ ଦିନ

ପ୍ରତି ୧ ଲକ୍ଷ ସଂକ୍ରମଣ ଟପିବାକୁ କେତେଦିନ ?

ପ୍ରଥମ ଲହର – 

୨ରୁ ୩ ଲକ୍ଷ- ୧୫ ଦିନ

୩ରୁ ୪ ଲକ୍ଷ- ୦୮ ଦିନ

୪ରୁ ୫ ଲକ୍ଷ- ୦୮ ଦିନ

ଦ୍ୱିତୀୟ ଲହର –

୨ରୁ ୩ ଲକ୍ଷ- ୦୮ ଦିନ

୩ରୁ ୪ ଲକ୍ଷ- ୦୫ ଦିନ

୪ରୁ ୫ ଲକ୍ଷ- ୦୪ ଦିନ