କୁହୁଡି ହେଲା କାଳ: ସକାଳୁ ଏକାଧିକ ଦୁର୍ଘଟଣା । ଆଠଗଡରେ ଡିଭାଇଡରକୁ ପିଟିଲା ବସ୍ । ୨୦ ଯାତ୍ରୀ ଆହତ ଏସସିବିରେ ଭର୍ତ୍ତି । ଚୌଦ୍ୱାରରେ କୁହୁଡି ପାଇଁ ଓଲଟିଲା ବସ୍ ।

754

କନକ ବ୍ୟୁରୋ: କୁହୁଡି ହେଲା କାଳ । କୁହୁଡି ପାଇଁ ରାସ୍ତା ମଝିରେ ଥିବା ଡିଭାଇଡରରେ ପିଟି ଓଲଟିଲା ଘରୋଇ ବସ୍ । ଦୁର୍ଘଟଣାରେ ୨୦ ଯାତ୍ରୀ ଆହତ । ଆହତଙ୍କୁ କଟକ ଏସସିବିରେ ଭର୍ତି କରାଯାଇଛି । ଢେଙ୍କାନାଳରୁ କଟକ ଆସୁଥିବା ଲକ୍ଷ୍ମୀ ନାମକ ଏକ ଘରୋଇ ବସ ଭୋର ୩ଟାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଚୌଦ୍ୱାର ଥାନା, ଗୁରୁଡିଝାଟିଆ ଥାନା ଓ ଆଠଗଡ ଥାନା ଅଗ୍ନିଶମ ବିଭାଗ ପହଁଚି ଆହତକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଜାତୀୟ ରାଜପଥ ବାଳି ଛକ ଠାରୁ ମଧୂସୁଦନ ସେତୁ ଦେଇ ଯାଉଥିବାବେଳେ ନୂଆପାଟଣା ରାସ୍ତାର ମଝି ଡିଭାଇଡରରେ ବସଟି ପିଟି ହୋଇଥିଲା । ତେବେ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀମାନେ ।