କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣର ହାର ପ୍ରତ୍ୟକଦିନ ରେକର୍ଡ ଭାଙ୍ଗୁଛି । କରୋନା ସଂକ୍ରମଣର ଦ୍ୱିତୀୟ ଲହରକୁ ନେଇ ଡାକ୍ତର ଓ ବିଶେଷଜ୍ଞମାନେ ଯେଭଳି ଆକଳନ କରିଥିଲେ ଏବେ ଠିକ୍ ସେହିଭଳି ଦେଖିବାକୁ ମିଳିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୨ ଲକ୍ଷ ୭୩୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଯାହାକି ଦେଶରେ ଗୋଟିଏ ଦିନରେ ସବୁଠାରୁ ଅଧିକ ସଂକ୍ରମଣ ବୋଲି କୁହାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସେପଟେ ସଂକ୍ରମଣ ହାର ବୃଦ୍ଧି ସହିତ ମୃତ୍ୟୁହାର ବି ବଢିବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ କରୋନା ସଂକ୍ରମଣରେ ଦେଶରେ ୧୦୩୮ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏହାସହ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୪୦ ଲକ୍ଷ ୭୦ ହଜାର ୩୦୦ କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ବ୍ୟତୀତ ଏବେ ୧୪ ଲକ୍ଷରୁ ଅଧିକ ଆକ୍ଟିଭ କେସ୍ ରହିଛି । ସେପଟେ ଦେଶରେ ୨୪ ଘଂଟା ମଧ୍ୟରେ ୯୩,୫୨୮ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । କରୋନା ସଂକ୍ରମଣରେ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୧,୭୩,୧୨୩ କୁ ବୃଦ୍ଧି ପାଇଛି ।
ଦେଶରେ ସବୁଠାରୁ ଅଧିକ ସଂକ୍ରମିିତ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ରରୁ ୫୮.୯୫୨, ଉତ୍ତରପ୍ରଦେଶରୁ ୨୦,୫୧. ଦିଲ୍ଲୀ ୧୭,୨୮୨, ଛତିଶଗଡ ୧୪,୨୫୦,ମଧ୍ୟପ୍ରଦେଶ ୯୭୨୦, ଗୁଜୁରାତ ୭.୪୧୦ ଓ ବିହାରରେ ୪୭୮୬ ଜଣ ସଂକ୍ରମିତ ଗତ ୨୪ ଘଂଟାରେ ଚିହ୍ନଟ ହୋଇଛନ୍ତି ।