କନକ ବ୍ୟୁରୋ : ଅଶ୍ଲୀଳ କଲ ଓ ବ୍ଲାକମେଲର କରୁଣ ପରିଣତି । ବ୍ଲାକମେଂଲିର ଶିକାର ହେବା ପରେ ନିଜ ପେଟରେ ୫୦ଥର କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ଦଣ୍ଡଧର ବାରିକ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଅପରେସନ କରାଯାଇଛି । ସୂଚନା ଅନୁସାରେ ୩ଦିନ ତଳେ ଚାଟିଂ ପରେ ନୟାପଲ୍ଲୀର ଦଣ୍ଡଧର ବାରିକଙ୍କୁ ହ୍ୱାଟ୍ସଆପରେ ନ୍ୟୁଡ କଲ କରିଥିଲେ ଜଣେ ଅଜଣା ଯୁବତୀ ।

Advertisment

ଦଣ୍ଡଧର ବାରଣ କରିବା ସତ୍ୱେ ବି ଯୁବତୀ ଜଣକ ହ୍ୱାଟ୍ସଆପରେ ନ୍ୟୁଡ କଲ କରି ଏହାର ସ୍କ୍ରିନ ରେକର୍ଡିଂ କରି ବ୍ଲାକମେଲ କରିଥିଲେ । ଏବଂ ଅଜଣା ଯୁବତୀ ଜଣକ ଟଙ୍କା ଦାବି କରିଥିଲେ । ଏହାପରେ ସାଇବର ଥାନାରେ ଏନେଇ ଅଭିଯୋଗ କରିବାକୁ ଯାଇଥିଲେ ଦଣ୍ଡଧର । କିନ୍ତୁ ପୋଲିସ ସହଯୋଗ କରିବା ବଦଳରେ ଥଟ୍ଟା ପରିହାସ କରିଥିଲା । ଫଳରେ ଉପାୟ ଶୂନ୍ୟ ହୋଇ ଦଣ୍ଡଧର ପେଟରେ କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ବେହୋସ ଅବସ୍ଥାରେ ତାଙ୍କୁ ତାଙ୍କ ଦୋକାନରୁ ଉଦ୍ଧାର କରାଯାଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ଅପରେସନ କରାଯାଇଛି ।