ଆପଣ ଜାଣନ୍ତି କି? ଭାରତରେ ଥିବା ବିସ୍ତୀର୍ଣ୍ଣ ସମୁଦ୍ର ବେଳାଭୂମିରେ ଭରିରହିଛି ଥୋରିୟମ ଗ୍ୟାସ !

36

କନକ ବ୍ୟୁରୋ : ସାରା ପୃଥିବୀରେ ଭାରତରେ ଥିବା ସମୁଦ୍ର ତଟର ବେଳାଭୂମିରେ ବୁଲିବା ପାଇଁ ପର୍ଯ୍ୟଟକମାନେ ଇଚ୍ଛା କରନ୍ତି । ବର୍ଷକ ପ୍ରତ୍ୟେକ ସମୟରେ ଏହି ବାଲିରେ ଲୋକମାନେ ବୁଲିବା ପାଇଁ ଇଚ୍ଛା କରନ୍ତି । ସେହି ସ୍ଥାନରେ ଲୋକମାନେ ଘଣ୍ଟା ଘଣ୍ଟା ଧରି ବୁଲନ୍ତି ମଧ୍ୟ । ପ୍ରକୃତରେ ସେହି ସ୍ଥାନରେ ବସିଲେ ସାରା ଜଗତ ସୁନ୍ଦର ଦିଶେ । ସମୁଦ୍ର ବାଲି ସହ ଛୋଟ ଶିଶୁମାନେ ବିଭିନ୍ନ ପ୍ରକାରର ଖେଳ ଖେଳିଥାଏ । କିନ୍ତୁ ଏହି ବାଲିର ବହୁ ଗୁଣ ରହିଛି, ଯାହା ବିଷୟରେ ଆମକୁ ଜ୍ଞାତ ନଥାଏ।  ଭାରତରେ ଥିବା ସମୁଦ୍ର ତଟରେ ଅନେକ ଗୁପ୍ତ କଥା ରହିଛି ଯାହା ବିଷୟରେ ପ୍ରାୟ ସମସ୍ତେ ଜାଣନ୍ତି ନାହିଁ । ତେବେ ମିଳିଥିବା ସୂଚନା ଅନୁସାରେ ସେହି ସମୁଦ୍ର କୂଳରେ ଏକ୍ଟିଭ ଭଳି କିଛି ତଥ୍ୟ ରହିଛି । ଏହାକୁ ଥୋରିୟମ ଇନ୍ଧନ ବୋଲି ମଧ୍ୟ କହନ୍ତି ।

 

ଏପରି କଥା ଜଣାପଡିବା ପରେ ତାହା ଉପରେ ଗବେଷଣା ହେଉଥିବା ସୂଚନା ମିଳିଛି । ଏକ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୮ ଲକ୍ଷ ଥୋରିୟମ ରହିଛି । ଯଦି ଏହା ସତ୍ୟ ହୋଇଥାଏ ତେବେ ଭାରତରେ ବିଶ୍ୱରେ ସବୁଠାରୁ ଅଧିକ ଥୋରିୟମ ରହିଛି ବୋଲି କୁହାଯାଇପାରେ । ଥିମୋନିଆ ଏପରି ଏକ ପ୍ରାକୃତିକ ସମ୍ପଦ ଯାହାର ମୂଲ୍ୟ ବହୁ ଅଧିକ ରହିଛି । କେବଳ ଭାରତ ନୁହେଁ ବରଂ ବିଶ୍ୱର ଅନେକ ଦେଶ ଏପରି ସମ୍ପଦ ଉପରେ ଅନେକ ଗବେଷଣା କରୁଛନ୍ତି । ମିଳିଥିବା ସୂଚନା ଅନୁସାରେ ପୂର୍ବବର୍ଷ ନେଦର ଲ୍ୟାଣ୍ଡର ବୈଜ୍ଞାନିକମାନେ ଏହା ଉପରେ ଗବେଷଣା କରିଥିଲେ ।

 

ଏହି ଥୋରିୟମରୁ ବାହାରୁ ଥିବା ଇନ୍ଧନ ସ୍ବଚ୍ଛ ହୋଇଥାଏ ଓ ଏଥିରୁ ବହୁ କମ ପରିମାଣରେ ଆବର୍ଜନା ବାହାରିଥାଏ । ଏହାସହ ଏହି ରିଏକ୍ଟରରେ ଦୁର୍ଘଟଣା ଘଟିବାର ଆଶଙ୍କା କମ ଥାଏ । ଥୋରିୟମରୁ ପରମାଣୁ ବୋମା ନିର୍ମାଣ ମଧ୍ୟ କଠିନ ହେବ ବୋଲି କୁହାଯାଇଥାଏ । ଯଦି ଭାରତ ଥୋରିୟମର ଉପଯୋଗ କରି ଶକ୍ତି ଉତ୍ପନ କରି ପାରିବ, ତେବେ ଭାରତ ପରି ବିକାଶଶୀଳ ଦେଶର ବିଜୁଲି ସମସ୍ୟାରୁ ମୁକ୍ତି ମିଳି ପାରିବ । ତେଣୁ ଏହାର ଉପଯୋଗ ପାଇଁ ଭାରତ ପ୍ରୟାସ ଜାରି ରଖିଛି ।