ୟୁକ୍ରେନରେ ପରମାଣୁ ଆକ୍ରମଣ କରିବାକୁ ଯୋଜନା କରିଥିଲା ଋଷ । ହେଲେ ମୋଦୀଙ୍କ ଯୋଗୁଁ ନିଷ୍ପତ୍ତି ବଦଳାଇଲେ ପୁଟିନ୍ ।

319

କନକ ବ୍ୟୁରୋ: ୨୦୨୨ ଫେବୃଆରୀ ୨୪ ତାରିଖରେ ୟୁକ୍ରେନରେ ପରମାଣୁ ଆକ୍ରମଣ କରିବାକୁ ଯୋଜନା କରିଥିଲା ଋଷ । ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଲୋଚନା ପରେ ନିଷ୍ପତ୍ତି ବଦଳାଇଥିଲେ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍ । ଆମେରିକୀୟ ଅଧିକାରୀଙ୍କ ସୂଚନା ଆଧାରରେ ସିଏନଏସନ ପକ୍ଷରୁ ଏନେଇ ରିପୋର୍ଟରେ ପ୍ରକାଶ କରାଯାଇଛି ।

ରିପୋର୍ଟରେ କୁହାଯାଉଛି ଯେ, ନାଟୋ ଏବଂ ପାଶ୍ଚାତ୍ୟ ଦେଶଙ୍କ ସମର୍ଥନରେ ୟକ୍ରେନ ସହ ଭୟଙ୍କର ଯୁଦ୍ଧ ହୋଇଥିଲା । ଏହି ସମୟରେ ପୁଟିନ ପରମାଣୁ ବୋମା ପକାଇବାକୁ ଯୋଜନା କରିଥିଲେ । କିନ୍ତୁ ଏହି ଆକ୍ରମଣ ପୂର୍ବରୁ ମୋଦୀଙ୍କ ସହ କଥା ହୋଇଥିଲେ ପୁଟିନ୍ । ପରେ ସେ ତାଙ୍କ ନିଷ୍ପତ୍ତି ବଦଳାଇ ଦେଇଥିଲେ । ପୁଟିନଙ୍କ ନିଷ୍ପତ୍ତିି ବଦଳିବା ପଛରେ ଭାରତ ଓ ଚୀନ ଭଳି କିଛି ଦେଶର ହାତ ରହିଛି ବୋଲି ରିପୋର୍ଟରେ କୁହାଯାଇଛି । ଏହି ଦେଶମାନେ ପୁଟିନଙ୍କୁ ପରମାଣୁ ଆକ୍ରମଣ ନକରିବାକୁ ଚାପ ପକାଇଥାଇପାରନ୍ତି ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।