କଟକ ଫ୍ୟାମିଲ କୋର୍ଟରେ ହାଜର ହେଲେ ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ । ଉଭୟଙ୍କୁ ସାମ୍ନାସାମ୍ନି ବସାଇ ଆପୋଶ ବୁଝାବଣା ପାଇଁ କରାଗଲା ଉଦ୍ୟମ

1,209

କନକ ବ୍ୟୁରୋ: କଟକ ଫ୍ୟାମିଲି କୋର୍ଟରେ ହାଜର ହେଲେ ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀ । ବିବାହ ବିଚ୍ଛେଦ ମାମଲାରେ ଉଭୟ ଆଜି କୋର୍ଟରେ ହାଜର ହୋଇଛନ୍ତି । ଉଭୟ ୧୫ ମିନିଟ୍ ଧରି କୋର୍ଟରେ ରହିଥିଲେ । ବିବାହ ବିଚ୍ଛେଦ ମାମଲାର ଆପୋଷ ବୁଝାମଣା କରିବା ପାଇଁ ଫ୍ୟାମିଲ କୋର୍ଟଙ୍କୁ ଉଭୟଙ୍କୁ ଡକା ଯାଇଥିଲା । ତେବେ ପ୍ରଥମ ଥର ପାଇଁ ବର୍ଷା ଆଜି କୋର୍ଟରେ ହାଜର ହୋଇଛନ୍ତି ।

ଆଗରୁ ଅନୁଭବ ୩ ଥର ଫ୍ୟାମିଲ କୋର୍ଟରେ ହାଜର ହୋଇଛନ୍ତି, କିନ୍ତୁ କୌଣସି ଅସୁବିଧା କାରଣରୁ ବର୍ଷା ଆସି ପାରିନଥିଲେ । ଆଜି ପ୍ରଥମ ଥର ପାଇଁ ଉଭୟ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ । ବିବାହ ବିଚ୍ଛେଦ ମାମଲାରେ ଫ୍ୟାମିଲ କୋର୍ଟ ପ୍ରଥମେ ଆପୋଷ ବୁଝାମଣା ପାଇଁ ପରାମର୍ଶ ଦେଇଥିଲେ । ଏବଂ ଏହି ପରାମର୍ଶ ମୁତାବକ ଉଭୟଙ୍କୁ ଫ୍ୟାମିଲି କୋର୍ଟଙ୍କୁ ଡକାଯାଉଛି ।

ଆଜି ଉଭୟ ସାମ୍ନା ସାମ୍ନି ବସିଥିଲେ, ଅନୁଭବ କହିଥିଲେ, ସେ ବିବାହ ବିଚ୍ଛେଦ ଚାହାନ୍ତି କିନ୍ତୁ ବର୍ଷା ବିବାହ ବିଚ୍ଛେଦ ଚାହୁଁନଥିବା ଶୁଣିବାକୁ ମିଳିଛି । ଏଭଳି ପରିସ୍ଥିତିରେ ଏହି ବିବାଦ ଏବେ ସମାଧାନ ହେବା ଭଳି ଲାଗୁ ନାହିଁ । ଗତକାଲି ଅନୁଭବ, କଟକ ପୁରୀଘାଟ ଥାନା ବର୍ଷା ବିରୋଧରେ ଅଭିଯୋଗ କରି କହିଥିଲେ, ଯେ ବର୍ଷା ତାଙ୍କ ବିରୋଧରେ ଷଡଯନ୍ତ୍ର କରୁଛନ୍ତି ।