ସମ୍ବଲପୁର ଚିଡ଼ିଆଖାନାରେ ନୂଆପଡ଼ା ବାଘ । କ୍ୱାରେଣ୍ଟାଇନ୍ ସେଣ୍ଟରରେ କଲରାପତରିଆ ମଣିଷ ମାରିବା ପରେ ବାଘକୁ କାବୁ କରିଥିଲା ବନବିଭାଗ ।

204

କନକ ବ୍ୟୁରୋ: ସମ୍ବଲପୁର ଗଲା ନୂଆପଡ଼ାରେ ଧରାପଡ଼ିଥିଲା କଲରାପତରିଆ ବାଘ । ବାଘକୁ ସମ୍ବଲପୁର ଚିଡିଆଖାନାର କ୍ୱାରେନ୍ଟାଇନ୍ ସେଂଟରରେ ରଖାଯାଇଛି । ବାଘ ଉପରେ ୨୪ ଘଣ୍ଟା ନଜର ରଖାଯାଇଛି । ବାଘର ଗତିବିଧି, ବ୍ୟବହାର ଦେଖି ୱାଇଲ୍ଡଲାଇଫ୍ ଓ ମେଡିକାଲ ଟିମ୍ ତାକୁ ଅଧିକ ଦିନ କ୍ୱାରେନ୍ଟାଇନ୍ରେ ରଖାଯିବ କି ନାହିଁ ନିଷ୍ପତ୍ତିି ନିଆଯିବ ।

ମଣିଷକୁ ମାରିଥିବା କଲରାପତରିଆ ବାଘକୁ ନୂଆପଡ଼ା ରେଞ୍ଜ ଅଫିସରୁ ହୀରାକୁଦ ୱାଇଲ୍ଡ ଲାଇଫ୍ ଟିମ୍ ସମ୍ବଲପୁର ନେଇଥିଲା । କୋଦୋପାଲି ଗାଁରୁ ବାଘକୁ ୪ ତାରିଖରେ ଧରିଥିଲା ବନ ବିଭାଗ । ବାଘ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୮ବର୍ଷର ନାବାଳକକୁ ମଧ୍ୟ ଆକ୍ରମଣ କରିଥିଲା ।