କନକ ବ୍ୟୁରୋ : ନୂଆପଡ଼ାରେ ଖୋଲାଖୋଲି ଚାଲିଛି ପିସି କାରବାର । କମ୍ୟୁନିଟି ସେଂଟର ନିର୍ମାଣ ବାବଦ ଟଙ୍କା ରିଲିଜ ପାଇଁ ଲାଂଚ ନେଉଛନ୍ତି ଯନ୍ତ୍ରୀ । ଟଙ୍କା ଗଣି ନେଉଥିବାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ । ସିନାପାଲି ବ୍ଲକର ୨ କନିଷ୍ଠ ଯନ୍ତ୍ରୀ ଉପେନ୍ଦ୍ର ତିହାଡ଼ି ଓ ନାରାୟଣ ସାହୁ ଟଙ୍କା ଗଣୁଥିବାର ଚିତ୍ର ଭିଡ଼ିଓରେ ଦେଖିବାକୁ ମିଳିଛି ।
ଅଭିଯୋଗ ଅନୁସାରେ, କାପସି ଡଙ୍ଗରୀପଡାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ଏକ କମ୍ୟୁନିଟ ସେଂଟର ତିଆରି ହୋଇଥିଲା । ପ୍ରକଳ୍ପର ମୂଲ୍ୟ ରହିଛି ୫ଲକ୍ଷ ଟଙ୍କା । ବ୍ଲକରେ ଥିବା ବିଡିଓ, ମୁଖ୍ୟ କିରାଣୀ, ଆସିଷ୍ଟାଂଟ ଇଂଜିନିୟଙ୍କ ନାଁ ନେଇ ଠିକାଦାରଙ୍କ ଠାରୁ ପିସି ନେଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/5-14.jpg)