ନୂଆପଡା ସ୍ୱତନ୍ତ୍ର ପୋସ୍କୋ କୋର୍ଟର ବଡ ରାୟ : ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡ ଓ ୧୫ ହଜାର ଟଙ୍କା ଜରିମାନା

ଘରେ ଛାଡି ଦେବାକୁ କହି ଜଙ୍ଗଲରେ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ

126

କନକ ବ୍ୟୁରୋ : ନାବାଳିକାକୁ ଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଓ ୧୫ ହଜାର ଟଙ୍କାର ଜରିମାନା । ନୂଆପଡା ଜିଲ୍ଲାର ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗର ବିଚାର କରି ସ୍ୱତନ୍ତ୍ର ପୋସ୍କୋ କୋର୍ଟର ବିଚାରପତି ବି ମହାପାତ୍ର ଏହି ଦଣ୍ଡ ଶୁଣାଇଛନ୍ତି । ୨୦୧୮ ଡିସେମ୍ବର ମସିହାରେ ନୂଆପଡା ଥାନା ଅଂଚଳର ଏକ ଗାଁର ନିଜ ଅଜାଙ୍କ ଘରେ ରହି ପାଠ ପଢ଼ୁଥିବା ନାବାଳିକାଙ୍କୁ ଲଖନା ଥାନା ଚନାମୁଣ୍ଡା ଗାଁର ୨୪ ବର୍ଷିୟ ଯୁବକ ନାବାଳିକାକୁ ତାଙ୍କ ଗାଁରେ ଛାଡି ଦେବାକୁ କହି ସାଙ୍ଗରେ ନେଇଥିଲେ ।

ଯିବା ବାଟରେ ଜଙ୍ଗଲରେ ଯୁବକ ଜଣଙ୍କ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ । ନାବାଳିକା ଜଣ ପ୍ରତିବାଦ କରି ପାଟି କରିବାରୁ ପାଖରେ ଥିବା ଗାଇ ଚରାଳିମାନେ ଘଟଣାସ୍ଥଳରେ ପହଁଚି ଯାଇଥିଲେ । ତାପରେ ଯୁବକ ଜଣଙ୍କ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା । ନାବାଳିକାଙ୍କ ପକ୍ଷରୁ ଏନେଇ ନୂଆପଡା ଥାନାରେ ଏତଲା ଦିଆଯାଇଥିଲା । ପୁଲିସ କେସ ନଂ ୧୮୪/୧୮ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା ।