କାହାକୁ ବାଛିବେ ନୂଆପଡାବାସୀ ? ନୂଆପଡା ବିଧାନସଭାରେ ରାଜେନ୍ଦ୍ର ବନାମ ହୋମସିଂ ବନାମ ଘାସିରାମ ମାଝି

59

କନକ ବ୍ୟୁରୋ: ଆରମ୍ଭ ହୋଇଛି ମତଦାନ। ଓଡିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଛି । କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁର ଲୋକସଭା ଓ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନରେ ମତଦାନ ଆରମ୍ଭ ହୋଇଛି। ଆଜି ଓଡ଼ିଶାର ଭୋଟର ୨୬ ଲୋକସଭା ପ୍ରାର୍ଥୀ ଓ ୧୯୧ ବିଧାନସଭା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଧାରଣ କରିବେ। କଳାହାଣ୍ଡି ଲୋକସଭା ମଣ୍ଡଳୀ ଅନ୍ତର୍ଗତ ସମସ୍ତ ୭ଟି ଯାକ ବିଧାନସଭା ଆସନରେ ଅର୍ଥାତ୍ ନୂଆପଡା, ଖରିଆର, ଲାଞ୍ଜିଗଡ, ଜୁନାଗଡ, ଧର୍ମଗଡ, ନର୍ଲା, ଭବାନୀପାଟଣାରେ ସକାଳ ୭ଟାରୁ ୪ଟା ଯାଏ ଭୋଟଗ୍ରହଣ ହେବ। ଜିଲ୍ଲାରେ ମୋଟ ୧୪୦୫ ବୁଥରୁ ୨୨୬ ବୁଥକୁ ଅତି ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇ ଥିବା ବେଳେ ଏହା ମଧ୍ୟରେ ୧୭୪ ବୁଥ ମାଓ ପ୍ରବଣ ଆଚଂଳରେ ରହିଛି । ସୁରକ୍ଷା ଦୃଷ୍ଟିରୁ ଏହା ସବୁ ସ୍ଥାନରେ ପୋଲିଂ କର୍ମଚାରୀ ଦିନକ ପୁର୍ବରୁ ସାରିଥିଲେ । ମତଦାନ ପାଇଁ ମୋଟ ଜିଲ୍ଲାରେ ୯ ହଜାର ୨ଶହ ୭୮ ପ୍ରିଜାଡିଙ୍ଗ ଅଫିସର ନିୟୋଜିତ ହୋଇଛନ୍ତି ।

ତେବେ ୨୦୧୯ ମହାସମରରେ ନୂଆପଡା ବିଧାନସଭା ଆସନରୁ ନିର୍ବାଚନ ମୈଦାନରେ ଅଛନ୍ତି ରାଜ୍ୟର ତିନି ପ୍ରମୁଖ ଦଳ ତଥା ବିଜେଡି, ବିଜେଡି ଏବଂ କଂଗ୍ରେସର ହେଭିୱେଟ ନେତା । ବିଜେଡିରୁ ରାଜେନ୍ଦ୍ର ଢୋଲକିଆ ନୂଆପଡା ପାଇଁ ଲଢୁଥିବା ବେଳେ ବିଜେପି ପାଇଁ ହୋମସିଂ ମାଝି ଏବଂ କଂଗ୍ରେସ ପାଇଁ ଘାସିରାମ ମାଝି ନିର୍ବାଚନ ରଣାଙ୍ଗନରେ ଅଛନ୍ତି । ଏବେ ନଜର ପକାନ୍ତୁ ନୂଆପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ସଂପର୍କିତ କିଛି ତଥ୍ୟ ଉପରେ..

୨୦୧୪ର ଲଢ଼େଇ

– ମୈଦାନରେ ଥିଲେ ମୋଟ ୧୦ ପ୍ରାର୍ଥୀ
– ମୋଟ୍ ଭୋଟର ସଂଖ୍ୟା- ୨ ଲକ୍ଷ ୦୭ ହଜାର ୨୨୧
– ମତ ଦେଇଥିଲେ- ୧ ଲକ୍ଷ ୫୩ ହଜାର ୦୯୫
– ଭୋଟଦାନ ହାର-୭୩.୮୮%

୨୦୧୪ର ଫଳାଫଳ

ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ରାଜେନ୍ଦ୍ର ଢୋଲକିଆ ବିଜେଡି ୪୬,୨୦୭ ୩୦.୧୮% ପରାସ୍ତ
ବସନ୍ତ କୁମାର ପଣ୍ଡା ବିଜେପି ୫୫,୮୧୭ ୩୬.୪୬% ବିଜୟୀ
ଘାସିରାମ ମାଝୀ କଂଗ୍ରେସ ୩୯,୬୫୪ ୨୫.୯୦% ପରାସ୍ତ

ବିଜେଡିର ପ୍ରଦର୍ଶନ(୨୦୧୪)

ପ୍ରାର୍ଥୀ-ରାଜେନ୍ଦ୍ର ଢୋଲକିଆ
ଦଳ-ବିଜେଡି
ଭୋଟ-୪୬,୨୦୭
ପ୍ରତିଶତ-୩୦.୧୮%
ଫଳାଫଳ-ପରାସ୍ତ

ବିଜେପିର ପ୍ରଦର୍ଶନ(୨୦୧୪)

ପ୍ରାର୍ଥୀ-ବସନ୍ତ କୁମାର ପଣ୍ଡା
ଦଳ- ବିଜେପି
ଭୋଟ-୫୫,୮୧୭
ପ୍ରତିଶତ-୩୬.୪୬%
ଫଳାଫଳ- ବିଜୟୀ

କଂଗ୍ରେସର ପ୍ରଦର୍ଶନ(୨୦୧୪)

ପ୍ରାର୍ଥୀ- ଘାସିରାମ ମାଝୀ
ଦଳ- କଂଗ୍ରେସ
ଭୋଟ- ୩୯,୬୫୪
ପ୍ରତିଶତ-୨୫.୯୦%
ଫଳାଫଳ-ପରାସ୍ତ

କିଏ ମାରିଥିଲେ ବାଜି?

– ବିଜେପିର ବସନ୍ତ ପଣ୍ଡା ବିଜୟୀ ହୋଇଥିଲେ
– ୫୫ ହଜାର ୮୧୭ ଭୋଟ ୍ପାଇଥିଲେ ବସନ୍ତ
– ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କୁ ପରାସ୍ତ କରିଥିଲେ
– ୯ ହଜାର ୬୧୦ ଭୋଟ୍ ବ୍ୟବଧାନରେ ଜିତିଥିଲା ବିଜେପି
– ୮ ଜଣ ପ୍ରାର୍ଥୀ ଅମାନତ ହରାଇଥିଲେ

୨୦୦୯ର ଲଢ଼େଇ

– ମୈଦାନରେ ଥିଲେ ମୋଟ ୬ ଜଣ ପ୍ରାର୍ଥୀ
– ମୋଟ୍ ଭୋଟର ସଂଖ୍ୟା- ୧ ଲକ୍ଷ ୯୭ ହଜାର ୩୪୦
– ମତ ଦେଇଥିଲେ- ୧ ଲକ୍ଷ ୩୬ ହଜାର ୬୪୯
– ଭୋଟଦାନ ହାର-

୨୦୦୯ର ଫଳାଫଳ

ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ରାଜେନ୍ଦ୍ର ଢୋଲକିଆ ବିଜେଡି ୫୬,୮୭୪ ୪୧.୬୨% ବିଜୟୀ
ବସନ୍ତ କୁମାର ପଣ୍ଡା ବିଜେପି ୩୪,୨୫୪ ୨୫.୦୭% ପରାସ୍ତ
ସରୋଜ କୁମାର ସାହୁ କଂଗ୍ରେସ ୨୨,୪୫୦ ୧୬.୪୩% ପରାସ୍ତ

ବିଜେଡିର ପ୍ରଦର୍ଶନ(୨୦୦୯)

ପ୍ରାର୍ଥୀ-ରାଜେନ୍ଦ୍ର ଡୋଲକିଆ
ଦଳ- ବିଜେଡି
ଭୋଟ- ୫୬,୮୭୪
ପ୍ରତିଶତ-୪୧.୬୨%
ଫଳାଫଳ- ବିଜୟୀ

ବିଜେପିର ପ୍ରଦର୍ଶନ(୨୦୦୯)

ପ୍ରାର୍ଥୀ-ବସନ୍ତ କୁମାର ପଣ୍ଡା
ଦଳ-ବିଜେପି
ଭୋଟ-୩୪,୨୫୪
ପ୍ରତିଶତ-୨୫.୦୭%
ଫଳାଫଳ-ପରାସ୍ତ

କଂଗ୍ରେସର ପ୍ରଦର୍ଶନ(୨୦୦୯)

ପ୍ରାର୍ଥୀ-ସରୋଜ କୁମାର ସାହୁ
ଦଳ-କଂଗ୍ରେସ
ଭୋଟ-୨୨,୪୫୦
ପ୍ରତିଶତ-୧୬.୪୩%
ଫଳାଫଳ-ପରାସ୍ତ

କିଏ ମାରିଥିଲେ ବାଜି?

– ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ବିଜୟୀ ହୋଇଥିଲେ
– ୫୬ ହଜାର ୮୭୪ ଖଣ୍ଡ ଭୋଟ୍ ପାଇଥିଲେ ବିଜେଡି ପ୍ରାର୍ଥୀ
– ବିଜେପି ପ୍ରାର୍ଥୀ ବସନ୍ତ ପଣ୍ଡାଙ୍କୁ ପରାସ୍ତ କରିଥିଲେ
– ୨୨ ହଜାର ୬୨୦ ଭୋଟ୍ରେ ଜିତିଥିଲେ ବିଜେଡି ପ୍ରାର୍ଥୀ
– ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝୀ ୧୭ ହଜାର ୮୨୩ ଭୋଟ୍ ପାଇଥିଲେ
– ୨ ଜଣ ପ୍ରାର୍ଥୀ ଅମାନତ ହରାଇଥିଲେ

୨୦୦୯ ବନାମ ୨୦୧୪

– ୨୦୧୪ରେ କେବଳ କଂଗ୍ରେସ ପ୍ରାର୍ଥୀ ବଦଳାଇଥିଲା
– ସରୋଜ କୁମାର ସାହୁଙ୍କ ସ୍ଥାନରେ ଘାସୀରାମ ମାଝୀଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ
– ବିଜେପି ଓ ବିଜେଡି ପଛକୁ ତୃତୀୟ ସ୍ଥାନରେ ରହିଥିଲେ କଂଗ୍ରେସ ପ୍ରାର୍ଥୀ
– ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ୨୦୦୯ରେ ବିଧାୟକ ଥିଲେ, ୨୦୧୪ରେ ହାରିଲେ
– ବିଜେପି ପ୍ରାର୍ଥୀ ବସନ୍ତ ପଣ୍ଡା ୨୦୦୯ରେ ହାରିଥିଲେ, ୨୦୧୪ରେ ଜିତି ବିଧାୟକ ହେଲେ

୨୦୧୯ର ଲଢେଇ

ବିଜେଡି: ରାଜେନ୍ଦ୍ର ଢୋଲକିଆ
କଂଗ୍ରେସ: ଘାସିରାମ ମାଝୀ
ବିଜେପି: ହୋମସିଂ ମାଝୀ

୨୦୧୯–ବିଜେଡି: ରାଜେନ୍ଦ୍ର ଢୋଲକିଆ

– ୨୦୦୪ରେ ସ୍ୱାଧୀନ ଏବଂ ୨୦୦୯ରେ ବିଜେଡିରୁ ବିଧାୟକ
– ୨୦୧୪ରେ ବସନ୍ତ ପଣ୍ଡାଙ୍କ ଠାରୁ ହାରିଗଲେ
– ଖରିଆର ରୋଡ୍ ଏନ୍ଏସି ଚେୟାରମ୍ୟାନ୍

୨୦୧୯– କଂଗ୍ରେସ: ଘାସିରାମ ମାଝୀ

– ଆଦିବାସୀ ନେତା
– ୨୦୧୪ରେ କଂଗ୍ରେସ ଟିକେଟରୁ ହାରିଥିଲେ
– ୨୦୦୯ରେ ବିଏସପିରୁ ଲଢି ଚତୁର୍ଥସ୍ଥାନ ( ୧୭,୮୨୩ ଭୋଟ)
– ବ୍ଳକ୍ ଚେୟାରମ୍ୟାନ୍ ଥିଲେ

୨୦୧୯–ବିଜେପି: ହୋମସିଂ ମାଝୀ

– ବିଜେପିର ନୂଆ ମୁହଁ
– ଇଂଜିନିୟରରୁ ରାଜନୀତି
– ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଖାମସିଂ ମାଝୀଙ୍କ ଭାଇ
– ବିଧାୟକ ବସନ୍ତ ପଣ୍ଡା ଏମ୍ପି ଟିକେଟ୍ , ହୋମସିଂ ମାଝୀଙ୍କୁ ବିଧାନସଭା ଟିକେଟ୍

ମୈଦାନରେ ମହିଳା ପ୍ରାର୍ଥୀ

– କେହି ନାହାଁନ୍ତି

ନିର୍ବାଚନ ମଣ୍ଡଳୀ ତଥ୍ୟ

– ଖରିଆର ରୋଡ୍, ନୂଆପଡା ବ୍ଳକ୍ ଏବଂ କୋମନା ବ୍ଳକ୍କୁ ନେଇ ନୂଆପଡା ନିର୍ବାଚନ ମଣ୍ଡଳୀ
– ଖରିଆଡ ରୋଡ୍ ଏନଏସି ନିର୍ବାଚନ ହୋଇନାହିଁ
– ନୂଆପଡା ବ୍ଳକ୍ କଂଗ୍ରେସ ଦଖଲରେ ରହିଛି
– କୋମନା ବ୍ଳକ୍ ବିଜେଡି ଦଖଲରେ ରହିଛି

ମୁହାଁମୁହିଁ ପ୍ରାର୍ଥୀ

– ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ୨ ଥର ବିଧାୟକ ଥିଲେ
– କଂଗ୍ରେସ ପ୍ରାର୍ଥୀ ଘାସୀରାମ ମାଝୀ ୨୦୦୯ରେ ବିଏସପି ଏବଂ ୨୦୧୪ରେ କଂଗ୍ରେସ ଟିକେଟରୁ ହାରିଛନ୍ତି
– ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢୁଛନ୍ତି ବିଜେପି ପ୍ରାର୍ଥୀ ହୋମସିଂ ମାଝୀ

ନୂଆପଡା ବିଧାନସଭା ଆସନ

– ନୂଆପଡାରୁ ୬ ଥର ବିଧାୟକ ଥିଲେ ଘାସିରାମ ମାଝୀ
– କଳାହାଣ୍ଡି ସଂସଦୀୟ କ୍ଷେତ୍ର ଅନ୍ତର୍ଭୁକ୍ତ
– ୧୯୫୧ରେ ଗଠିତ ହୋଇଥିଲା ନୂଆପଡା ନିର୍ବାଚନମଣ୍ଡଳୀ
– ୨୦୧୯ ପାଇଁ ବିଧାୟକ ବସନ୍ତ ପଣ୍ଡାଙ୍କୁ ବିଜେପି କଳାହାଣ୍ଡି ସାଂସଦ ପ୍ରାର୍ଥୀ କରିଛି