କନକ ବ୍ୟୁରୋ: ସାରା ରାତିରେ ଗାଁରେ ତାଣ୍ଡବ କଲେ ମାଓବାଦୀ । ଜେସିବି ପୋଡିଲେ, ଲ୍ୟାଣ୍ଡମାଇନ୍ସ ଲଗାଇ ଫରେଷ୍ଟ ବ୍ରିଟ୍ ହାଉସ ଉଡାଇ ଦେଲେ ସଶସ୍ତ୍ର ମାଓବାଦୀ । ଗତକାଲି ବିଳମ୍ବିତ ରାତିରେ ନୂଆପଡା ଥାନା ଅଭୟାରଣ୍ୟ ଭିତରେ ଥିବା ଗୋଲବନ୍ଧ ଗାଁରେ ପଶିଥିଲେ ୫୦ରୁ ଅଧିକ ମାଓବାଦୀ । ଗାଁ ଭିତରେ ପଶି ଗର୍ଜନ କରିବା ସହ ଭଙ୍ଗାରୁଜା କରିଛନ୍ତି । ଜେସିବି ପୋଡିଦେଇଛନ୍ତି । ଲ୍ୟାଣ୍ଡମାଇନ୍ସ ଲଗାଇ ଗୋଲବନ୍ଧରେ ଥିବା ଫରେଷ୍ଟ ବିଟ୍ ହାଉସକୁ ଉଡାଇ ଦେଇଛନ୍ତି ନକ୍ସଲ । ପୁଲିସ ପକ୍ଷରୁ ମାଓ ଦମନ ପାଇଁ ଚାଲିଥିବା ଅଭିଯାନକୁ ବିରୋଧ କରି ଏଭଳି କାଣ୍ଡ ଘଟାଇଛି ଲାଲବାହିନୀ ।
ପୋଡାଜଳା କରିବା ପରେ ଗାଁରେ ମାଓ ପୋଷ୍ଟର ଲଗାଇଛନ୍ତି । ଅଗଷ୍ଟ ୨୫ ଅର୍ଥାତ ଆଜି ଗରିଆବନ୍ଧ, ଧମତରୀ, ନୂଆପଡା, ନବରଙ୍ଗପୁର ଓ ଛତିଶଗଡର କାଙ୍କେର ଜିଲ୍ଲାରେ ବିରୋଧୀ ଦିବସ ପାଳନ କରିବା ପାଇଁ ପୋଷ୍ଟର ମାଧ୍ୟମରେ ଆହ୍ୱାନ ଦିଆଯାଇଛି । ଲାଲବାହିନୀର ଭାକପା ନୂଆପଡା ମୈନପୁର ଡିଭିଜନ କମିଟି ପକ୍ଷରୁ ଏଭଳି କାଣ୍ଡ କରାଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/08/17-13.jpg)