ନୂଆପଡ଼ାରେ ସାଂଘାତିକ ରୂପ ନେଉଛି ସଂକ୍ରମଣ : ନୂଆପଡ଼ା କନକନ୍ୟୁଜ ପ୍ରତିନିଧି ବିଭୂଦତ୍ତ ଗୁରୁଙ୍କ ପରିବାରର ୭ ଜଣ କରୋନା ସଂକ୍ରମିତ

136

କନକ ବ୍ୟୁରୋ : ପଶ୍ଚିମ ଓଡ଼ିଶାରେ ସାଂଘାତିକ ରୂପ ନେଉଛି କରୋନା । ନୂଆପଡ଼ାରେ ସଂକ୍ରମଣ ଭୟଙ୍କର ରୂପ ଧାରଣ କରିଛି । ନୂଆପଡ଼ାରେ ଥିବା କନକନ୍ୟୁଜ ପ୍ରତିନିଧି ବିଭୂଦତ ଗୁରୁଙ୍କ ପରିବାରର ୭ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଖାଲି ଏତିକି ନୁହେଁ ମହାମାରୀରେ ତାଙ୍କ ବାପା ସରୋଜ କୁମାର ଗୁରୁଙ୍କର ମୃତ୍ୟୁ ହୋଇଛି । ୧୨ ତାରିଖରୁ ତାଙ୍କ ବାପା କରୋନା ସଂକ୍ରମିତ ହୋଇଥିଲେ । ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଥିଲା । ତାପରେ ତାଙ୍କ ଫୁସଫୁସ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ପୂର୍ବରୁ ସେ ମଧୁମେହ ରୋଗରେ ମଧ୍ୟ ପୀଡ଼ିତ ଥିଲେ ।