କନକ ବ୍ୟୁରୋ: ଅନ୍ଧବିଶ୍ୱାସର କରୁଣ ପରିଣତି । ଚିକିତ୍ସା ବଦଳରେ ଚେଙ୍କ ଦେବାରୁ ଶିଶୁର ମୃତ୍ୟୁ ହୋଇଛି । ଜଣ୍ଡିସ, କଳାସିରା ରୋଗରୁ ମୁକ୍ତି ପାଇଁ ଚିକିତ୍ସା ବଦଳରେ ୨ ମାସର ଶିଶୁ ପେଟରେ ୧୦ଥର ଚେଙ୍କ ଦିଆଯାଇଛି । ନୂଆପଡା ଜିଲ୍ଲା ବୋଡେନ ଥାନା କୁସୁମଖୁଂଟା ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଗାଁର ଦୁଇ ମାସର ଶିଶୁ କୁଲଦୀପ ବଛା । ଜଣ୍ଡିସ ଓ କଳାସିରା ରୋଗ ଯୋଗୁଁ ପିଲାଟିର ପେଟ ଫୁଲିଥିଲା । ଆଉ ରୋଗରୁ ମୁକ୍ତି ପାଇଁ ଗାଁରେ ଚୁଡ଼ିକୁ ଗରମ କରି ଚେଙ୍କ ଦିଆଯାଇଥିଲା ।
୫ଦିନ ହେଲା ଦେହ ଖରାପ ହେବା ଯୋଗୁଁ ଚିକିତ୍ସା ପାଇଁ ତାଙ୍କୁ ଖଡ଼ିଆଳ ମିସନ ହସ୍ପିଟାଲ ଓ ବଲାଙ୍ଗିର ନେଇଥିଲେ । ଗତକାଲି ଶିଶୁଟି ଗୁରୁତର ଅବସ୍ଥାରେ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।
Follow Us