କନକ ବ୍ୟୁରୋ : କଟକର କୁବେର ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସଂପତି ଠୁଳ ଅଭିଯୋଗରେ ଆଡିସନାଲ ସିଭିଲ ସପ୍ଲାଏ ଅଫିସର ରତ୍ନକର ସେଠୀଙ୍କ ଘରେ ଚଢାଉ କରୁଛି ଭିଜିଲାନ୍ସ । କଟକ ଓ ନୂଆପଡା ସମେତ ୬ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି । ଯୋଗାଣ ଅଧିକାରୀଙ୍କ ସଂପତି ଦେଖି ତାଜୁବ ହୋଇଯାଇଛି ଭିଜିଲାନ୍ସ । ରତ୍ନାକର ସେଠୀ ୧ କୋଟି ୧୩ ଲକ୍ଷ ଟଙ୍କାର କବେଳ ଜୀବନବୀମା ପ୍ରିୟିୟମ ଦେଇଥିବା ଜଣାପଡିଛି ।

Advertisment

କଟକ ଚାଉଳିଆଗଞ୍ଜରେ ଥିବା ୧୩ ହଜାର ସ୍କୋୟାରଫୁଟରେ ତିଆରି ହୋଇଥିବା ୩ ମହଲା କୋଠାର ମୁଲ୍ୟ ୨ କୋଟି ହେବ ବୋଲି ଆକଳନ କରିଛି ଭିଜିଲାନ୍ସ । ସେହିପରି ବାଲିସାହି ଅଂଚଳରେ ଏକ ୨ ମହଲା କୋଠା ଏବଂ ମଧୁପାଟଣା ବାଲିସାହି ଅଂଚଳରେ ନଟରାଜ ପ୍ୟାଲେସ ନାଁରେ ଏକ କଲ୍ୟାଣ ମଣ୍ଡପ ତାଙ୍କ ନାଁରେ ଥିବା ଠାବ ହୋଇଛି । ଚୌଦ୍ୱାର ଓରନ୍ଦାରେ ପାରେଚୀ ସହିତ ଏକ ୩ ଏକର ଜମି ଓ ଘର ଠାବ କରିଛି ଭିଜିଲାନ୍ସ ।

ପ୍ରାୟ ୪୯୮ ଗ୍ରାମର ସୁନା ଗହଣା, ଅଢେଇ କେଜି ପାଖାପାଖି ରୁପା ଗହଣା ମଧ୍ୟ ଜବତ ହୋଇଥିବା ଭିଜିଲାନ୍ସ ସୂତ୍ରରୁ ଜଣାପଡିଛି । ଘରେ ଥିବା ମୁଲ୍ୟବନ କାଠ ମୁର୍ତି ଜବତ କରିଛି ଭିଜିଲାନ୍ସ । ୬ ଜଣ ଡିଏସପିଙ୍କ ସମେତ ୧୨ ଇନସ୍ପେକ୍ଟର ଓ ଅନ୍ୟ କର୍ମଚାରୀ ଏହି ଚଢାଉରେ ସାମିଲ ହୋଇଛନ୍ତି । ମଧୁପାଟଣା ବାଲିସାହି ଓ ଚାଉଳିଆଗଞ୍ଜ ଘର ସମେତ ବାଲିସାହି କଲ୍ୟାମଣ୍ଡପ, ଚୌଦ୍ୱାର ଏବଂ ନୂଆପଡା ଅଫିସ ଓ ଭଡା ଘରେ ଚଢାଉ କରୁଛି ଭିଜିଲାନ୍ସ ବିଭାଗ ।