ସେପ୍ଟେମ୍ବର ୩ରେ ପାଳନ ହେବ ନୂଆଁଖାଇ । ଧାର୍ଯ୍ୟ ହେଲା ଲଗ୍ନ, ୧୦ଟା ୫ରୁ ୧୦ଟା ୨୦ ମଧ୍ୟରେ ମା’ ସମଲେଶ୍ୱରୀଙ୍କୁ ଲାଗି ହେବ ନବାନ୍ନ ।

Advertisment
ସେପ୍ଟେମ୍ବର ୩ରେ ପାଳନ ହେବ ନୂଆଁଖାଇ । ଧାର୍ଯ୍ୟ ହେଲା ଲଗ୍ନ, ୧୦ଟା ୫ରୁ ୧୦ଟା ୨୦ ମଧ୍ୟରେ ମା’ ସମଲେଶ୍ୱରୀଙ୍କୁ ଲାଗି ହେବ ନବାନ୍ନ ।

କନକ ବ୍ୟୁରୋ : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ‘ନୂଆଁଖାଇ’ ଲାଗି ସମ୍ବଲପୁରର ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ପାଇଁ ଶନିବାର ପଣ୍ଡିତ ମହାସଭାରେ ଲଗ୍ନ ନିର୍ଦ୍ଧାରଣ ହୋଇଛି । ଆସନ୍ତା ସେପ୍ଟେମ୍ବର ୩ରେ ସମ୍ବଲପୁର ସମେତ ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର, ବୌଦ୍ଧ, ଦେବଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ନୂଆଁଖାଇ ପାଳନ ହେବ ।

କୃଷିଭିତ୍ତିକ ପର୍ବ ନୂଆଁଖାଇ ପାଇଁ ମା’ ସମଲେଶ୍ୱରୀଙ୍କଠାରେ ନବାନ୍ନ ଲାଗି ସେପ୍ଟେମ୍ବର ୩ ଅର୍ଥାତ ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ମଙ୍ଗଳବାର ଦିନ ୧୦ଟା ୫ରୁ ୧୦ଟା ୨୦ ମଧ୍ୟରେ ଲଗ୍ନ ନିର୍ଦ୍ଧାରଣ ହୋଇଛି । ଝାଡୁଆପଡ଼ାସ୍ଥିତ ବ୍ରହ୍ମପୁରା ମନ୍ଦିରରେ ମଧ୍ୟ ପଣ୍ଡିତ ମହାସଭାରେ ଲଗ୍ନ ଧାର୍ଯ୍ୟ ହୋଇଛି ।

ପଣ୍ଡିତ ମହାସଭାରେ ସଭାପତି ପଣ୍ଡିତ ଲକ୍ଷ୍ମଣ ବେହେରା, ପଣ୍ଡିତ ଅମରନାଥ ମିଶ୍ର, ପଣ୍ଡିତ ଜିତେନ୍ଦ୍ର କୁମାର ନନ୍ଦ, ଅମରେନ୍ଦ୍ର ପୂଜାରୀ, ପଣ୍ଡିତ ସୁରେଶ ଚନ୍ଦ୍ର ଦେବତା, ଶୈଳେନ୍ଦ୍ର ପୂଜାହାରୀ, ବୁଲୁ ପୁରୋହିତ, ଲକ୍ଷ୍ମଣ ବେହେରା, ପଣ୍ଡିତ ଗୋପୀନାଥ ପଣ୍ଡା, ପଣ୍ଡିତ ଶଶାଙ୍କ ଶେଖର ମିଶ୍ର, ଭଗବାନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe