କନକ ବ୍ୟୁରୋ : ଭାଦ୍ରବ ମାସ ପଂଚମୀ ତିଥିରେ ପାଳନ ହୁଏ ନୂଆଁଖାଇ ପର୍ବ । ସେଥିପାଇଁ ଗାଁ ଠୁ ସହର ଚଳଚଂଚଳ । ଘରେ ଘରେ ଲିପା ପୋଛା, ସଫାସୁତୁରା ଆଦି କାର୍ଯ୍ୟ ଆରମ୍ଭ ହୋଇଗଲାଣି । ଗତ ଦୁଇ ବର୍ଷ ହେଲା କରୋନା କଟକଣା ପରେ ଏଥର ବେଶ ଜାକ ଜମକରେ ପରିବାର ସହ ମିଶି ଉତ୍ସବ ମନାଇବାକୁ ଉତ୍ସାହିତ ଅଛନ୍ତି ଲୋକେ । ସେଥିପାଇଁ ଗାଁ ଗାଁରେ ବସିଲାଣି ନୁଆଁଖାଇ ହାଟ । ଲୋକ ମାନେ ମଧ୍ୟ କିଣି କିଣି ଆରମ୍ଭ କଲେଣି । ସମ୍ବଲପୁର କୁଚିଣ୍ଡାର ବିଭିନ୍ନ ବଜାରରେ ବିକ୍ରି ହେଉଛି ସରିଆ ଧାନ । ସରିଆ ଧାନ ଖାସ କରି ନୁଆଁଖାଇରେ ବ୍ୟବହାର ହୋଇଥାଏ । ନୁଆଁଖାଇକୁ ନେଇ ଲୋକେ ବେଶ ଉତ୍ସାହ ଥିବା ବେଳେ କବି, ଲେଖକ, ଗିତିକାର ଏବଂ କଳାକାର ସମସ୍ତେ ନିଜ ନିଜ ଢଙ୍ଗରେ ନିଜର କଳା ମାଧ୍ୟମରେ ନୂଆଁଖାଇକୁ ସ୍ୱାଗତ କରିଥାଆନ୍ତି । ସେଥିପାଇଁ ସେମାନେ ବି ଏବର୍ଷ ହାତଛାଡ କରିବାକୁ ଚାହୁନାହଁନ୍ତି ।

Advertisment

ରାୟଗଡ଼ା ମହିଳାଙ୍କ ୧ ଲକ୍ଷ ଚୁଡ଼ି ଅଭିଷେକ । ରାୟଗଡ଼ା ସହରର ତେଲୁଗୁ ସଂପ୍ରଦାୟର ବୈଶ୍ୟ ସମାଜର ମହଳାମାନଙ୍କ ଦ୍ୱାରା କୋରାପୁଟ ଶ୍ରୀ ଭାସ-ଭି-କାନ୍ୟା ପରମେଶ୍ୱରୀ ମନ୍ଦିରରେ ଏକ ଲକ୍ଷ ଚୁଡ଼ି ପୂଜା ସହ ଅଭିଷେକ କରିଛନ୍ତି । ଏଠାରେ ପୂଜାକରି ସେମାନଙ୍କ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଆଜି ସକାଳୁ ମହିଳାମାନେ ନିଷ୍ଠାର ସହ ପୂଜାର୍ଚ୍ଚନା କରିଥିଲେ   । ମହିଳାମାନେ ସାଥିରେ ଚୁଡି, ସିନ୍ଦୁର, ଫୁଲ, ହଳଦୀ, ଧୂପ, ଦୀପ ଏବଂ ଭୋଗ ସାମଗ୍ରୀ ଧରି ମନ୍ଦିରରେ ପହଂଚିବା ପରେ ଆରମ୍ଭ ହୋଇଥିଲା ପୂଜା ବିଧି । ପୂଜକ ସମସ୍ତ କାମ ସାରିବା ପରେ ଏକାଥରେ ସମସ୍ତ ମାନସିକଧାରୀଙ୍କ ଚୁଡିକୁ ଏକାଠି କରେ ଠାକୁରାଣୀଙ୍କ ପାଖରେ ଅଭିଷେକ କରିଥିଲେ । ମନ୍ଦିରରେ ଏହି ଏକ ଲକ୍ଷ ଚୁଡ଼ି ପୂଜାକୁ ନେଇ ମହିଳାଙ୍କ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ଆଗାମୀ ଦିନରେ ଖୁବ ଧୁମଧାମରେ ନବାରାତ୍ର ଓ ଦୁର୍ଗାଷ୍ଟମୀ ପୂଜା କରିବାର ନିଷ୍ପତି ନିଆଯାଇଛି ବୋଲି ମନ୍ଦିର ଟ୍ରଷ୍ଟିର ଅଧ୍ୟକ୍ଷ ଚିନ୍ତାଲି ଅମରନାଥ ପ୍ରକାଶ କରିଛନ୍ତି ।