ଦିନକ ପରେ ନୂଆଁଖାଇ: ଚଳଚଂଚଳ ହୋଇ ଉଠିଲାଣି ପଶ୍ଚିମ ଓଡିଶା; ସହରରୁ ଗାଁ ଗଣ୍ଡା ପର୍ଯ୍ୟନ୍ତ ସବୁଆଡେ ନୂଆଁଖାଇର ମାହୋଲ

Advertisment
ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ: କୋଭିଡ୍ କଟକଣା ଯୋଗୁଁ ଏବର୍ଷର ଉତ୍ସବ ଫିକା; ଘରେ ଘରେ ନବାନ୍ନ ପାଇଁ ପ୍ରସ୍ତୁତି

କନକ ବ୍ୟୁରୋ: ଆଉ ଦିନକ ପରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଏହି ପର୍ବକୁ ପାଳନ କରିବା ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ଗାଁ ଗାଁରେ ଶେଷ ହେବାକୁ ବସିଲାଣି ପ୍ରସ୍ତୁତି । ଏଥିପାଇଁ ଚଳଚଂଚଳ ହୋଇଉଠିଛି ସୁନ୍ଦରଗଡ ଜିଲ୍ଲା । ସୁନ୍ଦରଗଡର ବାଲିଜୋରୀ ଗାଁ ଦାଣ୍ଡରେ ବାଜାବଜାଇ ଲୋକଙ୍କୁ ନୂଆଁଖାଇ ଲଗ୍ନ ବିଷୟରେ ଅବଗତ କରାଯାଇଛି । ଏହି ଗଣପର୍ବରେ ମୁଖ୍ୟ ଭୂମିକା ରହିଥାଏ ଗୃହିଣୀ ମାନଙ୍କର । ଘର ସଫା ସୁତୁରା ଠାରୁ ଆରମ୍ଭ କରି ଲିପା ପୋଛା ପର୍ଯ୍ୟନ୍ତ କାର୍ଯ୍ୟରେ ସମସ୍ତେ ବ୍ୟସ୍ତ ।

publive-image

ଏହାପରେ ଚାଉଳ ଚୁନା କରି ଭଳିକି ଭଳି ଝୋଟି ଅଙ୍କା ଯାଉଛି । ଏହାସହ ପିଠାପଣାରେ ମହକି ଯିବ ଗାଁଦାଣ୍ଡ । ଏଥିପାଇଁ ଘର ଦ୍ୱାର ସଫାସୁତୁରା କରାଯିବା ସହ ସମସ୍ତ ପ୍ରସ୍ତୁତି କରାଯାଉଛି । ସେପଟେ ଘରୁ ବାହାରେ ରହୁଥିବା ଲୋକେ ଘରମୁହାଁ ହୋଇଛନ୍ତି । ଧୁମଧାମରେ ନୂଆଁଖାଇ ପାଳନ କରିବା ପାଇଁ ଯିଏ ଯେଉଁଠି ଥାଉ ନା କାହିଁକି ସମସ୍ତେ ନିଜ ନିଜ ଘରେ ପହଂଚୁଛନ୍ତି ।  ପଶ୍ଚିମ ଓଡିଶାର ଅନ୍ୟ ପ୍ରମୁଖ ଦୈବିପୀଠ ପାଟଣେଶ୍ୱରୀ, ସୁରେଶ୍ୱରୀ ଓ ଲଙ୍କେଶ୍ୱରୀ ମନ୍ଦିରରେ ନବାନ୍ନ ଲାଗି ପରେ ନୂଆ ଚାଉଳ ଏକାଠି ସେବନ କରିବେ ପଶ୍ଚିମ ଓଡିଶାବାସୀ । ଏଥିପାଇଁ ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି, ସୁବର୍ଣ୍ଣପୁର, ଝାରସୁ ଗୁଡା ସହ ସମସ୍ତ ପଶ୍ଚିମ ଓଡିଶା ଏକପ୍ରକାର ପ୍ରସ୍ତୁତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe