କନକ ବ୍ୟୁରୋ : ରାତି ପାହିଲେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ଆଉ ଗଣପର୍ବ ପାଇଁ ସମସ୍ତେ ପ୍ରସ୍ତୁତ । ଚାଷୀ ତାର ପ୍ରଥମ ଅମଳ ଧାନ କୁ ନିଜ ଇଷ୍ଟଦେବୀଙ୍କ ପାଖରେ ଅର୍ପଣ କରିବ । ପରେ ସମସ୍ତେ ନିଜ ନିଜ ଘରେ ନୂଆଖାଇବେ । ଜୁହାର ଭେଟ ପରମ୍ପରା ଅନୁଷ୍ଠିତ ହେବ । ଆଉ ଢୋଲ ନିଶାନ ତାସାର ତାଳେ ତାଳେ ଝୁମିବ ସାରା ପଶ୍ଚିମ ଓଡିଶା । ଆଉ ଆଜି ଶେଷ ଦିନ ଥିବାରୁ ଶେଷ ପ୍ରସ୍ତୁତି ରେ ଲାଗିପଡିଛନ୍ତି ଘରର ମହିଳା ମାନେ । ଏହି ନୂଆଖାଇ ରେ ମହିଳାମାନଙ୍କ ମୁଖ୍ୟଭୂମିକା ରହିଥାଏ । ନୂଆଖାଇରେ କୁଲା ଡଲା ଆଉ ଖଲିଦନାର ମୁଖ୍ୟ ଆବଶ୍ୟକତା ରହିଥାଏ । ଆଉ ଏହି କୁଲଡଲା ଓ ପୂଜା ବାସନ କୁଶନ ସଫା କରିବା ସହିତ , ଘରସଫା ରେ ଲାଗିପଡିଛନ୍ତି ଘରର ମହିଳା ମାନେ ।