କନକ ବ୍ୟୁରୋ : ନୂଆଁଖାଇ ପାଇଁ ଚଳଚଂଚଳ ହୋଇପଡିଛି ପଶ୍ଚିମ ଓଡିଶା । ବିସ୍ଥାପିତ ପରିବାରକୁ ନୂଆଁଖାଇ ଆସିବାକୁ ନିମନ୍ତ୍ରଣ କଲେ ବଲାଙ୍ଗିର ଜିଲ୍ଲା ଡାହିମାଲ ଗାଁର ଲୋକେ । ବାଜା ବଜାଇ, ବିସ୍ଥାପିତଙ୍କ ବସ୍ତିରେ ପହଂଚି ସାମୁହିକ ନୂଆଁଖାଇରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିଛନ୍ତି ଏବଂ ବିସ୍ଥାପିତମାନେ ମଧ୍ୟ ନିମନ୍ତ୍ରଣକୁ ଗ୍ରହଣ କରିଛନ୍ତି । ଲୋୟର ସୁକତେଲ ପ୍ରକଳ୍ପ ପାଇଁ  ପୋଡମୁଡ ଗାଁର ବିସ୍ଥାପିତ ପରିବାର ଡାହିମାଲ ଗାଁ ନିକଟରେ ବସ୍ତି କରି ରହୁଛନ୍ତି । ବଲାଙ୍ଗିର ଜିଲ୍ଲା ଧୁମାଭଟା ପଂଚାୟତର ଡାହିମାଲ ଓ ଜଲିଆ ଗାଁ ଲୋକେ ମିଳିତ ଭାବେ ନୂଆ ଖାଇ ପ୍ରତିବର୍ଷ ପାଳନ କରନ୍ତି । ଚଳିତ ବର୍ଷ ଏହି ସାମୁହିକ ନୂଆଁଖାଇରେ ସାମିଲ ହେବେ ବିସ୍ଥାପିତ ପରିବାର ।