ବଲାଙ୍ଗିର : ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ଏହାକୁ ମାଟି ମା’ର ପର୍ବ ବୋଲି ବି କୁହାଯାଏ। ଏକତା, ବନ୍ଧୁତ୍ୱ ଏବଂ ସୌହାର୍ଦ୍ଦ୍ୟର ଏକ ଅନନ୍ୟ ପର୍ବ । ଧନୀ, ଗରିବ, ରଜା ଓ ପ୍ରଜା ଅନେଇ ଥାନ୍ତି ଏହି ଦିନଟିକୁ ।
ନୁଆଁଖାଇ ନୂତନ ଶସ୍ୟ, ନୂତନ ପରିପାଟି ଏବଂ ଅନେକ ନୂତନତ୍ୱ ନେଇ ଆସିଛି । ଏଥିପାଇଁ ବଲାଙ୍ଗିରବାସୀ ବି ଏହାକୁ ଖୁବ୍ ଉତ୍ସାହର ସହ ପାଳନ କରୁଛନ୍ତି । ଇଷ୍ଟଦେବୀଙ୍କ ପାଖରେ ନବାନ୍ନ ଲାଗି ପାଇଁ ଚାଲିଛି ପ୍ରସ୍ତୁତି । ନିଜର ଇଷ୍ଟଦେବୀ ସମଲେଇ, ପାଟଣେଶ୍ୱରୀଙ୍କ ପାଖରେ ନୂତନ ଶସ୍ୟ ଭୋଗ ଲାଗି କରିବା ପରେ ନୂଆ ଖାଇବେ ସମସ୍ତେ ।
ଏଥିପାଇଁ ପ୍ରାୟ ସମସ୍ତଙ୍କ ଘରେ ପ୍ରସ୍ତୁତି ସରି ଯାଇଛି । ଅପେକ୍ଷା ସେହି ମାହେନ୍ଦ୍ର ବେଳାକୁ । ସେପଟେ ପାଟଣାଗଡରେ ବି ନୂଆଖାଇର ଧୂନ୍ । ନିଜର ଇଷ୍ଟ ଦେବୀ ମା ପାଟେଣେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ପାଇଁ ପ୍ରସ୍ତୁତି ଚାଲିଛି । ଏପଟେ ପ୍ରିୟଜନଙ୍କ ସହ ନୂଆ ଖାଇବା ପାଇଁ ଘରେ ଘରେ ପ୍ରସ୍ତୁତି ଚାଲିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/vlcsnap-2016-09-06-09h16m25s917.png)