ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ : ହାଟ ବଜାରରେ ଗହଳି, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

138

କନକ ବ୍ୟୁରୋ : ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଆଉ ଏହି ନୂଆଖାଇ ପାଇଁ ଗାଁରୁ ସହର ପୁରରୁ ପଲ୍ଲୀ ସବୁଠି ଗହଳଚହଳ । ସମସ୍ତେ ନୂଆ ପିନ୍ଧିବେ, ନୂଆଖାଇବେ, ରାଗରୁସା ଭୁଲି ସମସ୍ତ ପରିବାର ଏକାଠି ହୋଇ ଜୁହାର ଭେଟ୍ ହେବେ, ସ୍ନେହ ଶ୍ରଦ୍ଧା ଓ ଭାଇଚାରାର ଏହି ପର୍ବ ସାଧାରଣ ପରିବାରରେ ଯେତିକି ଉତ୍ସାହ ଦେଖା ଦେଇଥାଏ ତାହା ଠାରୁ କୌଣସି ଗୁଣରେ କମ ଉତ୍ସାହ ନାହିଁ ଅନାଥ ଆଶ୍ରମରେ ରହୁଥିବା ବାପା ମା’ ଛେଉଣ୍ଡ ପିଲାଙ୍କ ପାଇଁ ।

ନୂଆଁଖାଇରେ ସବୁଠୁ ବଡ ଯେଉଁ ଜନିଷ ରହିଥାଏ ତାହା ହେଉଛି ଏହାର ପ୍ରସ୍ତୁତି । ନିଜର ବୋଲି କେହି ନାହାନ୍ତି , ନା ବାପା ନା ମା’, ନା ଭାଇ ନା ଭଉଣୀ ଏହି ଆଶ୍ରମର କର୍ମଚାରୀ ପରିବାରର ମୁଖ୍ୟ ସାଜି ଅନାଥ ପିଲାଙ୍କ ସହିତ ନୂଆଁଖାଇ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଜଙ୍ଗଲରୁ କୁରେଇ ପତ୍ର ଆଣି ଖଲି ଦନା ତିଆରି କରିବାଠୁ ନେଇ ଆଶ୍ରମ ସଫାସୁତୁରା କରିବାରେ ଲାଗି ପଡିଛନ୍ତି ସମସ୍ତେ ।