ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ : ପ୍ରକୃତିକୁ ଭଲ ପାଇବାର ପର୍ବ ଏକ ନିଆରା ପରମ୍ପରା

123

କନକ ବ୍ୟୁରୋ: କୃଷି ହିଁ ମଣିଷର ଜୀବନ। କୃଷି ବିନା ଜୀବନ ଯେପରି ସମ୍ଭବ ନୁହେଁ, ପ୍ରକୃତିର ଉପଯୁକ୍ତ ସ˚ରକ୍ଷଣ ବିନା କୃଷି ସମ୍ଭବ ନୁହେଁ। ତେଣୁ ସେ ମୃତ୍ତିକା, ଜଳ, ବାୟୁ, ସୂର୍ଯ୍ୟ, ବୃକ୍ଷଲତା ଆଦିଙ୍କୁ ସମ୍ମାନ ଜଣାଇ ସ˚ପର୍କ ଯୋଡ଼ିଲା। ସେମାନଙ୍କ ସହଯୋଗରେ କୃଷିରେ ସମୃଦ୍ଧି ପାଇଁ ମଣିଷ ତା’ ପାଖରେ କୃତଜ୍ଞ ରହିଲା ଅନ୍ତରରୁ। ଆନ୍ତରିକ ଶ୍ରଦ୍ଧା, କୃତଜ୍ଞତା ହିଁ ପ୍ରକୃତ ପୂଜା। କ୍ଷେତରେ ନୂତନ ଧାନ ହେଲା ପରେ ତାକୁ ପୂଜା କରି ଭକ୍ଷଣ କରିବାର ପରମ୍ପରାରୁ ‘ନୂଆଁଖାଇ’ର ଜନ୍ମ। ପୃଥିବୀର ଯେଉଁଠାରେ ବି ମଣିଷ ପ୍ରଥମେ ନୂଆଁଖାଇ ପର୍ବ ପାଳନ କରିଥାଉ ହୁଏତ ତାହା ହିଁ ହୋଇଥିବା ସଭ୍ୟ ମଣିଷର ପ୍ରଥମ ପର୍ବ।

କୃଷିର ବିକାଶ ସହ ଶିଳ୍ପର ବିକାଶ ଯୋଡ଼ି ହେଲା। କୃଷିଭିତ୍ତିକ ଶିଳ୍ପ ଏବ˚ ପରେ ଅନ୍ୟାନ୍ୟ ଶିଳ୍ପ କାର୍ଯ୍ୟ ତ୍ବରାନ୍ବିତ ହୋଇ ଗୋଟିଏ ଅ˚ଚଳର ଅର୍ଥନୈତିକ ସ୍ଥିତିରେ ଉନ୍ନତି ହୋଇଥିଲା। ଆଜି ସମୟରେ କୃଷି ସହ ଆଦି ପରମ୍ପରା ହୋଇ ଯୋଡ଼ି ହୋଇଛି। ଶିଳ୍ପଭିତ୍ତିକ ବିକାଶ ହେଉଥିବା ବେଳେ ଶିଳ୍ପଭିତ୍ତିକ ରାଷ୍ଟ୍ର ମଧୢ ଜଳବାୟୁ ପରିବର୍ତ୍ତନ ନେଇ ଚିନ୍ତିତ ଅଛନ୍ତି। କାଳେ କୃଷିର ଦୁର୍ଦ୍ଦଶା ହେବ। ଭାରତ ଭଳି ଜନବହୁଳ ରାଷ୍ଟ୍ର ଯେତେବେଳେ ଦ୍ରୁତ ବିକାଶ କରିଚାଲିଛି ତା’ର କୃଷି କ୍ଷେତ୍ରଗୁଡ଼ିକ ସ˚କୀର୍ଣ୍ଣ ହେବାକୁ ବସୁଛି। ଚାଷ ପ୍ରତି ଯୁବ ପିଢ଼ି ବିମୁଖ ହେଉଛନ୍ତି। କିନ୍ତୁ, ଜନସ˚ଖ୍ୟାକୁ ଦେଖିଲେ ଅଧିକ ପରିମାଣରେ ଅମଳର ଆବଶ୍ୟକ ରହିଛି। ନୂଆଁଖାଇ ପରି ପର୍ବର ଏ କ୍ଷେତ୍ରରେ ପ୍ରାସ˚ଗିକତା ରହିଛି।

ଯେତେବେଳେ ଏହି ପର୍ବ ପାଳନ କରାଯାଏ, କୃଷି କ୍ଷେତ୍ରକୁ ନବାନ୍ନକୁ ପୂଜା କରାଯାଏ। ଅନ୍ୟାନ୍ୟ କାର୍ଯ୍ୟରେ ଲିପ୍ତ ଥିବା ମଣିଷ ବିଶେଷ କରି ଚାଷୀ ପରିବାରର ଲୋକେ କିଛି କ୍ଷଣ ପାଇଁ ନିଶ୍ଚୟ ଗଭୀର ଭାବେ କୃଷିର ମହତ୍ତ୍ବ ଅନୁଭବ କରିବେ। ତାଙ୍କ ଭିତରେ ପ୍ରତିଶ୍ରୁତିଭାବ ଜାଗ୍ରତ ହେବ। ଉତ୍ତର ପୁରୁଷର ବିକାଶ ପାଇଁ ଯଦି ସତରେ ସେ ଚିନ୍ତିତ, ତେବେ ଏହାର ବୀଜ ନିଶ୍ଚୟ ଭାବେ ତା’ ହୃଦୟରେ ଅଙ୍କୁରିତ ହୋଇଛି ପୂର୍ବପୁରୁଷଙ୍କ ସମ୍ମାନରୁ। ତେଣୁକରି ତ ଅତ୍ୟନ୍ତ ବ୍ୟସ୍ତ ଜୀବନ ବିତାଉଥିଲେ ବି ନୂଆଁଖାଇ ପର୍ବ ପାଳନ ପାଇଁ ତା’ର ମନ ସ୍ଥିର ହୋଇଯାଏ। କାହୁଁ କେତେ ଦୂରୁ ଧାଇଁ ଆସେ ଏ ପର୍ବର ମଜା ନେବା ପାଇଁ। ଆଜି ସମଗ୍ର ବିଶ୍ବ ଦୂତିତ ପରିବେଶକୁ ନେଇ ଚିନ୍ତିତ। ଏଇ ସମସ୍ୟାରୁ କିପରି ନିସ୍ତାର ମିଳିବ ସେଥିପାଇଁ ଉପାୟ ଖୋଜାଚାଲିଛି। ନିଶ୍ଚିତ ଭାବେ କୁହାଯାଇପାରେ ଯେ ସବୁ ଉପାୟରୁ ଶ୍ରେଷ୍ଠ ହେଲା ପ୍ରକୃତିକୁ ଭଲ ପାଇବା। ଯାହାକୁ ମଣିଷ ଭଲ ପାଏ ତା’ ବିଷୟରେ ଗଭୀର ଚିନ୍ତା କରି ତା’ର ସୁରକ୍ଷା ପାଇଁ ଉପାୟ ଖୋଜେ। ନୂଆଁଖାଇ ପର୍ବ ପ୍ରକୃତି ପୂଜାର ପର୍ବ। ଏହି ପର୍ବରେ ନବାନ୍ନକୁ ତ ପୂଜା କରାଯାଏ, ତତ୍‌ସ˚ଗେ ଯେଉଁ ପାରମ୍ପରିକ ଖାଦ୍ୟଗୁଡ଼ିକ ପ୍ରସ୍ତୁତ କରାଯାଏ, ପ୍ରାୟତଃ ସବୁ କୃଷିଭିତ୍ତିକ। ଜୈବିକ ଖାଦ୍ୟ ପାଇବା ପାଇଁ ମୃତ୍ତିକା, ଜଳ, ସୂର୍ଯ୍ୟକିରଣକୁ ବିଶୁଦ୍ଧ ରଖିବାକୁ ପଡ଼ିବ। ତେଣୁ, ନୂଆଁଖାଇ ପର୍ବରୁ ତାକୁ ଏକଥା ଶିକ୍ଷା ନେବାକୁ ହେବ।

ଆଜି ମଣିଷ ପାଖରେ ସମୟ ନାହିଁ। ଏହାଦ୍ବାରା ଆମର ପରିବାର ବ୍ୟବସ୍ଥା ହୁଗୁଳିବାରେ ଲାଗିଛି। ମଣିଷ ଭିତରେ ରୁକ୍ଷଭାବ ବୃଦ୍ଧି ପାଉଛି। ମନ ଖୋଲି କଥା ପଦେ କହିବାର, ଶୁଣିବାର ଦେଖାଯାଉନାହିଁ। ଏମିତି ବିଚିତ୍ର ପରିସ୍ଥିିତି ମହାଭାରତୀୟ ପରମ୍ପରାର ପ୍ରତିକୂଳ ଅଟେ। ଯେଉଁ ମାଟି ଶୁଣାଇଥିଲା, ବସୁଧୈୟ କୁଟୁମ୍ବକମ୍‌ର ମନ୍ତ୍ର ସେଠାରେ ପୁଣି ପିତାମାତାଙ୍କୁ ସନ୍ତାନମାନେ ସମୟ ଦେଇ ନପାରିବାରୁ ଜରାନିବାସ ବୃଦ୍ଧି ପାଉଛି। ଏହି ଅବସ୍ଥାକୁ ନୂଆଁଖାଇ ପରି ପର୍ବ ନିଶ୍ଚିତ ସହାୟକ ହେବ। ନୂଆଁଖାଇର ବୈଶିଷ୍ଟ୍ୟ ହେଲା, ପରିବାରର ସମସ୍ତ ଏକାଠି ହେବାକୁ ଏକ ଅଘୋଷିତ ହ୍ବିପ୍‌ ଜାରି ହୋଇଯାଏ। ଏହି ସ୍ବର୍ଣ୍ଣିମ ମୁହୂର୍ତ୍ତରେ ପଶ୍ଚିମ ଓଡ଼ିଶାର ଘରେ ଘରେ ପୂରେ ପୂରେ ପରିବାରର ସମସ୍ତେ ଏକତ୍ର ହେବାର ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳେ। ଏକ ସ୍ବର୍ଗୀୟ ଭାବନାରେ ମନ ତଲ୍ଲିନ ହେବା ଦ୍ବାରା ତା’ ଭିତରେ ଥିବା ଜଡ଼ତା, ହି˚ସା, ଘୃଣା, ଅଭିମାନ ଭାବ ହ୍ରାସ ପାଏ। ଯେଉଁଥିରେ ଥାଏ ବଡ଼ମାନଙ୍କ ଧୢାନ ରଖିବାର ପ୍ରତିଶ୍ରୁତି ଏବ˚ ସାନମାନଙ୍କୁ ବଡ଼ ମଣିଷ କରି ଗଢ଼ି ତୋଳିବାର ସ୍ବୀକାରୋକ୍ତି।

ହୁଏତ, ନୂଆଁଖାଇର ଏହି ସ୍ବତନ୍ତ୍ର ପରମ୍ପରା ଯୋଗୁଁ ଆମ ଅ˚ଚଳର ଲୋକମାନେ ନିଜ ଜନ୍ମମାଟି ପ୍ରତି ଅଧିକ ଆକୃଷ୍ଟ ହୁଅନ୍ତି। ପରିବାର ସହ ମିଶି ଏଇଠି ଶେଷ ନିଃଶ୍ବାସ ତ୍ୟାଗ କରିବା ଇଚ୍ଛା ଅଧିକ ଥାଏ। ସେ ପ୍ରକୃତିରେ ହେଉଛି ସୃଜନଶୀଳ। କ୍ଳାନ୍ତ ହୋଇପଡ଼ିଲେ ସେଥିରୁ ମୁକ୍ତି ପାଇଁ ନାଚ, ଗୀତ, ଖେଳ, କସ୍‌ରତ୍‌ କରେ। ଯାହା କି ନିଜ ପାରିପାର୍ଶ୍ବିକ ସ୍ଥିତି, ସାମାଜିକ ଚଳଣି, ସହଜ ଉପଲବ୍‌ଧ ଜିନିଷ ଉପରେ ପର୍ଯ୍ୟବେଷିତ। ବାହ୍ୟ ଅ˚ଚଳର ଓ ପାରିପାଶ୍ବିର୍କ ସ୍ଥିତିରେ ଅନ୍ୟମାନେ ଏହାକୁ ଲକ୍ଷ୍ୟ କରନ୍ତି। ଏହି ଦୃଷ୍ଟିକୋଣରୁ ନୂଆଁଖାଇ, ପଶ୍ଚିମ ଓଡ଼ିଶାରେ ଏକ ସ୍ବତନ୍ତ୍ର ପରିଚୟ ବହନ କରିଛି। ଏହାଦ୍ବାରା ଆମ ପରିଚୟ ବୃଦ୍ଧି ପାଏ। ସ˚ସ୍କୃତିର ପ୍ରସାର ହୁଏ। ଆଜିର ସମୟ ହେଉଛି ବିଶ୍ବର ପରିବାରର ସମୟ। ବୈଷୟିକ ବିକାଶ ଫଳରେ ପୃଥିବୀର ସବୁ ଅ˚ଚଳରେ ସବୁ ଅ˚ଚଳର ଲୋକ ରହିବା ଆରମ୍ଭ କରିଛନ୍ତି। ପଶ୍ଚିମ ଓଡ଼ିଶାର ଅଗଣିତ ଲୋକ ଭାରତର ବିଭିନ୍ନ ରାଜ୍ୟରେ ତଥା ଦେଶ ବାହାରେ ବସବାସ କରୁଛନ୍ତି। ସେମାନେ ଏହି ମହାନ ପର୍ବର ମହକ ପାଇଁ ନିଜ ନିଜ କର୍ମକ୍ଷେତ୍ରରେ ପାଳନ କରନ୍ତି। ବା˚ଗାଲୁରୁ, ହାଇଦ୍ରାବାଦ, ଚେନ୍ନାଇ, ଦିଲ୍ଲୀ, ମୁମ୍ବାଇ, କଲିକତା, ପୁନା ଆଦି ସହରରେ ରହୁଥିବା ଆମ ଅ˚ଚଳର ଲୋକମାନେ ଏହି ପର୍ବକୁ ପାଳନ କରିବା ଦ୍ବାରା ଭ୍ରାତୃଭାବ ଓ ଆମ ସ˚ସ୍କୃତିର ପ୍ରଚାର ପ୍ରସାର ହୋଇପାରୁଛି। ଏହା ଚିରଦିନ ବଜାୟ ରହୁ। ଏଥିରୁ ସମସ୍ତେ ଶିକ୍ଷା କରନ୍ତୁ, ମାନବିକତାର ଅର୍ଥ, ଜୀବନର ରହସ୍ୟ ଆଉ ପ୍ରକୃତ ଈଶ୍ବରର ସ˚ଜ୍ଞା ବାବଦରେ।

Comments are closed.