କନକ ବ୍ୟୁରୋ: ବିଦେଶ ମାଟିରେ ଜାକଜମକରେ ପାଳିତ ହେଲା ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ଇଣ୍ଡୋନେସିଆର ରାଜଧାନୀ ଜାକର୍ତାରେ ପ୍ରବାସୀ ଓଡିଆ ନୂଆଖାଇ ପର୍ବ ପାଳନ କରିଛନ୍ତି । ଇଣ୍ଡୋନେସିଆ ଓଡିଆ ସମାଜ ପକ୍ଷରୁ ଆୟୋଜିତ ଏହି ନୂଆଖାଇ ପର୍ବରେ ପ୍ରବାସୀ ଓଡିଆ ସମ୍ବଲପୁରୀ ବସ୍ତ୍ର ପିନ୍ଧି ସାମିଲ ହୋଇଥିଲେ ।  ଜାକର୍ତାର ଗାମା ଟାୱାରରେ ଆୟୋଜିତ ନୂଆଖାଇ ଭେଟଘାଟରେ ସମ୍ବଲପୁରୀ ନୃତ୍ୟ, ଗୀତରେ ଝୁମିଛନ୍ତି ପ୍ରବାସୀ ଓଡିଆ । ଏହି ନୂଆଖାଇ ଭେଟଘାଟରେ ଭାରତୀୟ ଦୂତାବାସର ଅଧିକାରୀ ମୁଖ୍ୟ ଅଧିକାରୀ ଭାବେ ସାମିଲ ହୋଇଥିଲେ । ବିଦେଶ ମାଟିରେ ରହିଥିଲେ ମଧ୍ୟ ପ୍ରବାସୀ ଓଡିଆ ନିଜ ମାଟିର ସଂସ୍କୃତି ଓ ପରମ୍ପରାକୁ ଭୁଲି ନାହାନ୍ତି ।

Advertisment

ମୁମ୍ବାଇରେ ମଧ୍ୟ ପଶ୍ଚିମ ଓଡିଶାର ମହକ । ପଶ୍ଚିମ ଓଡିଶା ପରିବାର ମୁମ୍ବାଇ ତରଫରୁ ନୂଆଖାଇ ଭେଟଘାଟ ପାଳିତ ହୋଇଯାଇଛି । ବୀରସଭରକର ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଢୋଲ, ମହୁରୀ, ନିଶାନ ବାଜାରେ ମଂଚରେ ଦୁଲୁକିଛି । ଲୋକପ୍ରିୟ ସମ୍ବଲପୁରୀ ଗୀତର ତାଳେ ତାଳେ ନାଚିଲେ ଉପସ୍ଥିତ ଲୋକ । ରଙ୍ଗବୀତ ଗୀତରେ ନାଚି ମସଗୁଲ ହୋଇଥିଲେ କଳାକାର ଓ ଉପସ୍ଥିତ ଦର୍ଶକ । ମୁମ୍ବାଇରେ ରହୁଥିବା ପଶ୍ଚିମ ଓଡିଶା ଅଧିବାସୀ ଓ ଅନ୍ୟ ପ୍ରବାସୀ ଓଡିଆଙ୍କ ସହଯୋଗରେ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି ।