ବର୍ଡରରୁ ନୂଆଁଖାଇ ବାର୍ତ୍ତା । ଭାରତମାତାର ସୁରକ୍ଷାରେ ନିୟୋଜିତ ଥିବାରୁ ଘରକୁ ଆସିପାରିଲେନି ମହିଳା ବିଏସଫ ଯବାନ, କହିଲେ ସମସ୍ତଙ୍କୁ କରୁଛି ମିସ୍ ।

1,520

କନକ ବ୍ୟୁରୋ : ଉତ୍ସାହ ଓ ଉନ୍ମାଦନା ଭିତରେ ଗତକାଲି ପାଳିତ ହୋଇଛି ପଶ୍ଚିମ ଓଡ଼ିଶା ସବୁଠୁ ବଡ଼ ପର୍ବ ନୂଆଁଖାଇ । ଇଷ୍ଟଦେବୀଙ୍କ ନିକଟରେ ନୂଆ ଅନ୍ନ ଲାଗି ହେବା ପରେ ଏକାଠି ବସି ନୂଆଁ ଖାଇଛନ୍ତି ସମସ୍ତେ । ଯେଉଁ ପର୍ବ ଏକତାର ବାର୍ତା ଦେଇଛି, ଯେଉଁ ପର୍ବ ସଂସ୍କୃତି ଓ ପରମ୍ପରାର ବାର୍ତା ଦେଇଛି । ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ଏମିତି ଏକ ବାର୍ତ୍ତା, ଯାହା ସମସ୍ତଙ୍କୁ ଭାବୁକ କରିଦେଇଛି ।

ବର୍ଡରରୁ ଆସିଲା ବାର୍ତ୍ତା । ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇରେ ସାମିଲ ହୋଇପାରିନଥିବାରୁ ଭାରତ-ବାଂଲାଦେଶ ସୀମାରୁ ବାର୍ତ୍ତା ଦେଇଛନ୍ତି ମହିଳା ବିଏସଫ ଯବାନ ଶୁଭକାନ୍ତି ଖଡିଆ । ଏଥିରେ ସେ କହିଛନ୍ତି, ଭାରତମାତାର ସୁରକ୍ଷାରେ ନିୟୋଜିତ ଥିବାରୁ ସେ ଏଥର ନୂଆଁଖାଇରେ ସାମିଲ ହୋଇପାରିନାହାନ୍ତି । କିନ୍ତୁ ଏଠାରୁ ଅନ୍ୟ ଭଉଣୀ ନୂଆଁଖାଇ ପାଇଁ ଓଡିଶା ଯାଇଛନ୍ତି । ଆସନ୍ତାବାର୍ଷ ସେ ନୂଆଁଖାଇ ପାଇଁ ଆସିବେ ବୋଲି ପ୍ରତିଶ୍ରୃତି ଦେଇଛନ୍ତି ।

ତେବେ ବିଏସଫରେ କାମ କରୁଥିବା ତାଙ୍କ ଉଭଣୀ କିନ୍ତୁ ନୂଆଖାଇରେ ସାମିଲ ହୋଇଛନ୍ତି ଯାହାର ଫଟୋକୁ ସେ ସେୟାର କରିଛନ୍ତି । ଶୁଭକାନ୍ତି ଖଡିଆ ଭାରତ-ବାଂଲାଦେଶ ସୀମାରେ ନିୟୋଜିତ ଅଛନ୍ତି । ଗତବର୍ଷ ସ୍ୱାଧୀନତା ଦିବସରେ ସେ ଦିଲ୍ଲୀରେ ଷ୍ଟଂଟ ଦେଖାଇ ଚର୍ଚ୍ଚାକୁ ଆସିଥିଲେ । ଆଉ ନୂଆଁଖାଇ ଅବସରରେ ଶୁଭକାନ୍ତିଙ୍କ ଏହି ବାର୍ତ୍ତା ସମସ୍ତଙ୍କୁ ଭାବୁକ କରିଦେଇଛି ।