କନକ ବ୍ୟୁରୋ : ଜଙ୍ଗଲ ଜମି ପାଇଁ ଆନ୍ଦୋଳନ । ଏକାଠି ହେଲେ ଗ୍ରାମବାସୀ । ଭୁବନେଶ୍ୱର ଉପକଣ୍ଠରେ ଥିବା ନୂଆଗାଁର ଜଙ୍ଗଲ ଜମି ଜବରଦଖଲ କରିବାକୁ ଯୋଜନା କରିଥିବା ବିଲଡ଼ର ବିରୋଧରେ ଏକାଠି ହୋଇଛନ୍ତି ଗ୍ରାମବାସୀ । ବିଲଡ଼ର ସଂସ୍ଥା ପ୍ଲଟିଂ କରି ଜଙ୍ଗଲ ଜମି ବିକ୍ରି କରିବାକୁ ଚକ୍ରାନ୍ତ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବିଲଡ଼ର ସଂସ୍ଥାକୁ ବିରୋଧ କରିବାରୁ ଗୁଣ୍ଡା ଲଗାଇ ଗ୍ରାମବାସୀଙ୍କୁ ଆକ୍ରମଣ କରାଯାଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ଫୋର୍ସ ଉପସ୍ଥିତିରେ ବିଲଡ଼ର ସଂସ୍ଥା ଜଙ୍ଗଲ ଜମିରେ ପ୍ଲଟିଂ କରିବାକୁ ଆସିଥିବା ବେଳେ ଗାଁ ଲୋକେ ବିରୋଧ କରିଥଲେ । ଶେଷରେ ବାଧ୍ୟ ହୋଇ ବିଲଡ଼ର ସଂସ୍ଥା ଓ ପୋଲିସକୁ ଫେରିବାକୁ ପଡ଼ିଛି ।

Advertisment