ଗରିବ ପିଲାଙ୍କ ସ୍ୱପ୍ନରେ ଡେଣା ଲଗାଉଛି ନୂଆ ପ୍ରୟାସ । ସମ୍ବର୍ଦ୍ଧିତ ହେଲେ ୧୫ କୁନି ପ୍ରତିଭା । ମେଧାବୀଙ୍କୁ ମିଳିଲା ଛାତ୍ରବୃତ୍ତି

Advertisment
ଗରିବ ପିଲାଙ୍କ ସ୍ୱପ୍ନରେ ଡେଣା ଲଗାଉଛି ନୂଆ ପ୍ରୟାସ । ସମ୍ବର୍ଦ୍ଧିତ ହେଲେ ୧୫ କୁନି ପ୍ରତିଭା । ମେଧାବୀଙ୍କୁ ମିଳିଲା ଛାତ୍ରବୃତ୍ତି

କନକ ବ୍ୟୁରୋ: ପବିତ୍ର ସରସ୍ୱତୀ ପୂଜା ଏବଂ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ନୂଆ ପ୍ରତିଭାଙ୍କୁ ପୁରସ୍କୃତ କରିଛି ନୂଆ ପ୍ରୟାସ । ଶିକ୍ଷା କ୍ଷେତ୍ରରେ ନିଜର ନିଷ୍ଠା ଓ ସାଧନା ବଳରେ ଶ୍ରେଷ୍ଠତ୍ୱ ଅର୍ଜନ କରିଥିବା ୧୫ କୃତୀ ଛାତ୍ରଛାତ୍ରୀଙ୍କୁ ନରେନ୍ଦ୍ର ମହାପାତ୍ର ସ୍ମୃତି ମେଧା ପୁରସ୍କାର ବିତରଣ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଛି । ଯେଉଁଥିରେ ୧୫ଟି ସ୍କୁଲର ପଞ୍ଚମରୁ ଦଶମ ଶ୍ରେଣୀ ଯାଏଁ ଶ୍ରେଣୀର ସର୍ବୋତ୍ତମ ନମ୍ବର ରଖିଥିବା ପିଲାଙ୍କୁ ପୁରସ୍କୃତ କରାଯାଇଛି ।

କୁନି କୁନି ପ୍ରତିଭାଙ୍କୁ ନିଜ ଦକ୍ଷତା ପାଇଁ ପ୍ରଶଂସା ଫଳକ ଓ ମାନପତ୍ର ପ୍ରଦାନ କରାଯାଇଛି । ତେବେ ସମ୍ବର୍ଦ୍ଧିତ ପ୍ରତିଭା ମାନେ ହେଲେ- ହରପ୍ରିୟା ନାୟକ, ଗିରୀଶ ସିଂହ, ମଧୁସ୍ମିତା ସାହୁ, ଅଙ୍କିତା ସାହୁ, ମମତା ମହାନ୍ତି, ମାନସୀ ସିଂ, ନିଲମ ବେହେରା, ଧରିତ୍ରୀ ନାୟକ, ଗାୟତ୍ରୀ ବାରିକ, ମଙ୍ଗତ ସିଂ, ଚନ୍ଦନ ପାତ୍ର, ରାମେଶ୍ୱର ସିଂ, ନିରୁପମା ଦାସ, କରନ ସିଂ ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଅନାଦିଚରଣ ସାମଲ ଏବଂ ଶିକ୍ଷକ ଦାମୋଦର ପାଣିଗ୍ରାହୀ ଯୋଗ ଦେଇଥିଲେ । ଅବସରପ୍ରାପ୍ତ ଶିକ୍ଷାବିତ ମୁରଲୀଧର ପାଢୀ, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଦେବେନ୍ଦ୍ର ପ୍ରଧାନ, କୈଳାସ ଚନ୍ଦ୍ର ମହାପାତ୍ର, ପୂର୍ବତନ ସରପଞ୍ଚ ଯୋଗେନ୍ଦ୍ର ଜେନା, ସଂସ୍କୃତ ଶିକ୍ଷକ ଅନିରୁଦ୍ଧ ମିଶ୍ର, ଶିକ୍ଷକ ଲକ୍ଷ୍ମୀଧର ପାତ୍ର, ବିଜୟ ବାରିକ, ସୁନୀଲ ରଞ୍ଜନ ବିଶ୍ୱାଳ, ପ୍ରଫୁଲ୍ଲ ସେଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ତେବେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ନୂଆ ପ୍ରୟାସର ସଭାପତି ଜ୍ୟୋତିରଞ୍ଜନ ଜେନା ।

ମାଟ୍ରିକ ପରେ ପଢାରେ ଡୋରି ବାନ୍ଧୁଥିବା ଗରିବ ଅସହାୟ ମେଧାବୀ ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବାକୁ ଯୁବ ଉଦୋଗୀ ରଞ୍ଜନ ସାମଲ ଇନଭାଇଟ ଇନସପାୟାର ସ୍ମଲାରସିପ୍ ଘୋଷଣା କରିଥିଲେ । ଦଶମରେ ଅଧିକ ମାର୍କ ରଖିଥିବା କୈଳାସ ଚନ୍ଦ୍ର ହାଇସ୍କୁଲର ନିରୂପମା ଦାସ ଏହି ବୃତ୍ତିପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଆଗାମୀ ୨ ବର୍ଷ ପାଇଁ ତାଙ୍କୁ ମାସିକ ହଜାରେ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଏହି ଅବସରରେ ଗ୍ରୀଷ୍ମରେ ପଶୁପକ୍ଷୀଙ୍କୁ ଜଳଦାନ କରି ଜୀବନ ବଞ୍ଚାଇଥିବା ଜଳମିତ୍ର ମାନଙ୍କୁ ସମ୍ମାନିତ କରାଯାଇଥିଲା । ଯେଉଁଥିରେ ବନଶ୍ରୀ ପାଠାଗାରର ସଦସ୍ୟ ସହଯୋଗ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe