କନକ ବ୍ୟୁରୋ : ଯାଜପୁରରେ ନୂଆ-ଓ କାର୍ଯ୍ୟକ୍ରମରେ ବଡ ଘୋଷଣା । +୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ମିଳିବ ଛାତ୍ରବୃତ୍ତି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କୁ ଜଣାଇଛନ୍ତି ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । କଲେଜର ୯୫% +୩ ଛାତ୍ରଛାତ୍ରୀଙ୍କୁ ମିଳିବ ନୂଆ-ଓ ଛାତ୍ରବୃତ୍ତି । ଛାତ୍ରୀମାନଙ୍କୁ ୧୦ ହଜାର ଟଙ୍କା ଓ ଛାତ୍ରମାନଙ୍କୁ ୯ ହଜାର ଟଙ୍କା ମିଳିବ । ପାଖାପାଖି ସାଢେ ୪ ଲକ୍ଷ ଛାତ୍ରଛାତ୍ରୀ ଏହି ନୂଆ-ଓ ଛାତ୍ରବୃତ୍ତି ପାଇବେ । ସେହିଭଳି ପାଖାପାଖି ୩୫ ହଜାର ପିଜି ଛାତ୍ରଛାତ୍ରୀ ମଧ୍ୟ ଏହି ବୃତ୍ତି ପାଇବେ । ପ୍ରତିବର୍ଷ ଏହି ଛାତ୍ରବୃତ୍ତି ମିଳିବ । ଆସନ୍ତା ୨୦ରୁ ୨୫ ତାରିଖ ମଧ୍ୟରେ ଏହି ଛାତ୍ରବୃତ୍ତି  ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ଆସିବ ।

ସରକାରୀ କର୍ମଚାରୀ ଓ ଆୟକର ଭରୁଥିବା ଅଭିଭାବକଙ୍କ ପିଲାଙ୍କୁ ଏହି ଛାତ୍ରବୃତ୍ତି ମିଳିବନି । ସବୁ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ଦେବାରେ ସାରା ଭାରତବର୍ଷରେ ଓଡ଼ିଶା ପ୍ରଥମ । ଛାତ୍ରବୃତ୍ତି ସହ ଅଧିକ ଟଙ୍କା ମଧ୍ୟ ପାଇପାରିବେ ଛାତ୍ରଛାତ୍ରୀ । ନୂଆ-ଓ କାର୍ଯ୍ୟକ୍ରମ ପାଇଁ ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ ରଖିଛନ୍ତି । ତେଣୁ କଲେଜରେ ହେଉଥିବା ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଭାଗ ନେଲେ କିଛି ପଏଣ୍ଟ ପାଇବେ ଛାତ୍ରଛାତ୍ରୀ । ଅଧିକ ପଏଣ୍ଟ ପାଇଲେ ଅଧିକ ଟଙ୍କା ପାଇପାରିବେ ଛାତ୍ରଛାତ୍ରୀ । ମୁଖ୍ୟମନ୍ତ୍ରୀଙ୍କର ଏହା ଐତିହାସିକ ନିଷ୍ପତ୍ତି ବୋଲି କହିଲେ ଭି.କେ ପାଣ୍ଡିଆନ ।