କନକ ବ୍ୟୁରୋ: ରୋଜଗାର ଦେଉଛି ମାଛ ଜାଆଁଳ କେନ୍ଦ୍ର । କେନ୍ଦ୍ରାପଡ଼ା ଭଗବାନପୁର ଗାଁର ଝିନା ପରିଡ଼ା ୩୦ ଏକର ଜମିରେ କରିଛନ୍ତି ମାଛ ଜାଆଁଳ ଉତ୍ପାଦନ କେନ୍ଦ୍ର । ଏହି କେନ୍ଦ୍ରଟି ଜିଲ୍ଲାର ଏକ ଅଗ୍ରଣୀ ଜାଆଁଳ ଉତ୍ପାଦନ କେନ୍ଦ୍ର ହୋଇଥିବା ବେଳେ ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର ଦେଉଛି । ରାଜ୍ୟ ତଥା ରାଜ୍ୟ ବାହାରକୁ ଏଠାରୁ ମାଛ ଜାଆଁଳ ରପ୍ତାନୀ କରାଯାଉଛି । ରୋହି, ଭାକୁର, ମିରକାଳି, କେରାଣ୍ଡି, ଇଲିଶି ମାଛ ଭଳି ବିଭିନ୍ନ ପ୍ରଜାତିର ମାଛ ଜାଆଁଳ ଏଠାରୁ ଉତ୍ପାଦନ କରାଯାଉଛି । ସ୍ଥାନୀୟ ଅଞ୍ଚଳର ୧୦ ଜଣ ଯୁବକଙ୍କୁ ଏଠାରେ ନିଯୁକ୍ତି ଦେଇଛନ୍ତି ଝିନା ।

Advertisment

ଆଜାଦି କା ଅମୃତ ମହୋତ୍ସବର ୭୫ ବର୍ଷ ପାଳନ ଉପଲକ୍ଷେ ଭାରତ ସରକାରଙ୍କ ନେସନାଲ୍ ଫିସରି ଡେଭଲପମେଣ୍ଟ ବୋର୍ଡ ପକ୍ଷରୁ ୭୫ ଜଣ ସଫଳ ମାଛ ଚାଷୀମାନଙ୍କର ଏକ ଲିଫଲେଟ୍ ପ୍ରକାଶ ପାଇଛି । ଯେଉଁଥିରେ ସ୍ଥାନ ପାଇଛି ଝିନାଙ୍କ ମା ବୁଢି ଜାଗୁଳେଇ ମାଛ ଜାଁଳ କେନ୍ଦ୍ର । ଏଠାରେ ନୂତନ ଜ୍ଞାନକୌଶଳ ଉପଯୋଗ କରି କିଭଳି ମାଛ ଜାଆଁଳ ଉତ୍ପାଦନ ବୃଦ୍ଧି କରିହେବ ସେଥିପାଇଁ ବୈଜ୍ଞାନିକମାନଙ୍କ ପକ୍ଷରୁ ତାଲିମ ଦିଆଯାଏ । ବିଭିନ୍ନ ସମୟରେ ସିଫା ପକ୍ଷରୁ ଅନ୍ୟ ଜିଲ୍ଲାର ମାଛ ଚାଷୀଙ୍କୁ ତାଲିମ ଦେଇଥାଆନ୍ତି ବୈଜ୍ଞାନିକ ।

ଝିନା ଜଣେ ସଫଳ ମାଛ ଚାଷୀ ଭାବରେ ରାଜ୍ୟ ତଥା ଜାତୀୟ ସ୍ତରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ଜଣେ ସଫଳ ମହିଳା ଉଦ୍ୟୋଗୀ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ଯାହା ଅନ୍ୟମାନଙ୍କ ପାଇଁ ପାଲଟିଛି ଉଦାହରଣ ।