କନକ ବ୍ୟୁରୋ: କରୋନା ସହ ଲଢେଇ କରୁଛି ସାରା ରାଜ୍ୟ । ଆଉ ଏ ନେଇ ଆଜି ରାଜ୍ୟର ସମସ୍ତ ସଂରପଚଙ୍କ ସହ ଭିଡିଓ କନଫରେନ୍ସିରେ କଥା ହେଉଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ନେଇ ସେ ସରପଂଚଙ୍କୁ ମନ୍ତ୍ର ଦେଇଛନ୍ତି ।
ରବିବାରଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଐତିହାସିକ ନିଷ୍ପତ୍ତି ବିଷୟରେ ଘୋଷଣା କରିଥିଲେ । କରୋନା ମୁକାବିଲା ପାଇଁ ସରପଂଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦିଆଯାଇଥିଲା । ଲକଡାଉନ ଅବଧି ସରିବା ପରେ ରାଜ୍ୟ ବାହାରୁ ଫେରିବାକୁ ଥିବା ଲୋକଙ୍କ ପାଇଁ ରୋଡମ୍ୟାପ ଘୋଷଣା କରିଥିଲେ ନବୀନ । ପଂଚାୟତ ସ୍ତରରେ ଲଢେଇ ଲଢାଯିବାକୁ ଘୋଷଣା ହୋଇଥିଲା ।