ଜୁଲାଇ ୧୮ରୁ ୨୩ ଭିତରେ ହେବ ଜେଇଇ ମେନ୍ ପରୀକ୍ଷା: ଘୋଷଣା କଲେ ମାନବ ସମ୍ବଳ ବିକାଶ ମନ୍ତ୍ରୀ; ଜାଣନ୍ତୁ କେଉଁ ତାରିଖରେ ହେବ କେଉଁ ପରୀକ୍ଷା

ସିବିଏସଇର ଦଶମ ଓ ଦ୍ୱାଦଶ ଶ୍ରେଣୀର ବାକି ପରୀକ୍ଷା ନେଇ ଖୁବଶୀଘ୍ର ନିଷ୍ପତି

1,573

କନକ ବ୍ୟୁରୋ: କରୋନାର ଭୟ ଭିତରେ ପରୀକ୍ଷାକୁ ନେଇ ନିଷ୍ପତି ନେଇଛନ୍ତି ସରକାର । ଜୁଲାଇ ୧୮ରୁ ୨୩ ଭିତରେ ହେବ ଜେଇଇ ମେନ୍ ପରୀକ୍ଷା । ସେହିପରି ଅଗଷ୍ଟରେ ହେବ ଜେଇଇ ଆଡ଼ଭାନ୍ସ ପରୀକ୍ଷା । ଜୁଲାଇ ୨୬ରେ ମେଡ଼ିକାଲ ପ୍ରବେଶିକା ପରୀକ୍ଷା କରିବା ନେଇ ଘୋଷଣା କରିଛନ୍ତି ସରକାର । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିସଙ୍କ ।

ଚଳିତ ବର୍ଷ ସାରା ଦେଶରେ ନିଟ ବା ମେଡ଼ିକାଲ ପ୍ରବେଶିକା ପରୀକ୍ଷା ପାଇଁ ୧୫ ଲକ୍ଷ ଛାତ୍ରଛାତ୍ରୀ ରେଜିଷ୍ଟ୍ରେସନ କରିଥିବା ବେଳେ ୯ ଲକ୍ଷ ଛାତ୍ରଛାତ୍ରୀ ଜେଇଇ ମେନ୍ ପରୀକ୍ଷା ଦେବା ପାଇଁ ରେଜିଷ୍ଟ୍ରେସନ କରିଛନ୍ତି । ଗତବର୍ଷ ଓଡ଼ିଶାରେ ନିଟ୍ ପରୀକ୍ଷା ଦେଇଥିଲେ ୩୫ ହଜାରରୁ ଅଧିକ ଛାତ୍ରଛାତ୍ରୀ । ଜେଇଇ ମେନ ପରୀକ୍ଷା ଦେଇଥିଲେ ପାଖାପାଖି ୪୦ ହଜାର ଛାତ୍ରଛାତ୍ରୀ । ସେପଟେ ଖୁବଶୀଘ୍ର ଦଶମ ଓ ଦ୍ୱାଦଶ ଶ୍ରେଣୀର ବାକିଥିବା ପରୀକ୍ଷା କେବେ ହେବ ସେନେଇ ସିବିଏସଇ ଖୁବଶୀଘ୍ର ନିଷ୍ପତି ନେବ । କରୋନ ପାଇଁ ସ୍ଥଗିତ ରହିଥିଲା ପରୀକ୍ଷା ।