ଗେଟ୍ ନୁହେଁ, ଓପିଏସସି ମାଧମ୍ୟରେ କରାଯାଉ ଏଇଇ ପରୀକ୍ଷା, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ।

Advertisment
ଗେଟ୍ ନୁହେଁ, ଓପିଏସସି ମାଧମ୍ୟରେ କରାଯାଉ ଏଇଇ ପରୀକ୍ଷା, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ।

କନକ ବ୍ୟୁରୋ : ଏଇଇ ପରୀକ୍ଷାକୁ ଓପିଏସସି ମାଧ୍ୟମରେ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ବିଭୁତି ଭୁଷଣ ମହାପାତ୍ର। ପୂର୍ବତନ ସରକାର ଏଇଇ ପାଇଁ ଗେଟ୍ ପରୀକ୍ଷା ମାଧ୍ୟମରେ ନିଯୁକ୍ତି ପାଇଁ କ୍ୟାବିନେଟରେ ପାର କରେଇଥିଲେ । ଯାହାକୁ ସେତେବେଳର ବିରୋଧୀ ଦଳ ବିଜେପି ବିରୋଧ କରିବା ସହିତ ଏହାକୁ ବଦଳେଇବା ପାଇଁ ବିଧାନସଭାରେ ମଧ୍ୟ ଦାବି କରିଥିଲା। ଏବେ ରାଜ୍ୟରେ ସରକାର ପରିବର୍ତ୍ତନ ହେଇ ସାରିଛି। ବିଜେପି ସରକାରକୁ ଆସିଛି । ତେଣୁ ଏହାକୁ ଖାରଜ କରି ଓପିଏସସି ମାଧ୍ୟମରେ ପରୀକ୍ଷା କରେଇବା ପାଇଁ ଦାବି କରିଛନ୍ତି ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ।

ଗେଟ୍ ମାଧ୍ୟମରେ ପରୀକ୍ଷା କଲେ ଛାତ୍ର ମାନଙ୍କୁ ଫର୍ମ ଫିଲପ୍ ପାଇଁ ୧୮୦୦ ଟଙ୍କା ଦେବାକୁ ପଡ଼ିବ ତାସହିତ ଏଥିରେ ବାହାର ରାଜ୍ୟର ଛାତ୍ର ଅଧିକ ଚାକିରି ପାଇବାର ସମ୍ଭାବନା ରହିଛି। ତେଣୁ ଯେଉଁ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ନେଇ ବିଜେପି ସରକାରକୁ ଆସିଛି ତାକୁ ଖାଲି ପାଟିରେ ନୁହେଁ କାମରେ କରି ଦେଖାଉ ଏବଂ ଯଦି ଓଏଏସ୍ ଭଳି ପ୍ରଶାସନିକ ସେବା ଓପିଏସସି କରି ପାରୁଛି ତାହେଲେ ଏଇଇ କାହିଁକି କରି ପାରିବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏଦିଗରେ ନିଷ୍ପତ୍ତି ନିଅନ୍ତୁ ବୋଲି ସେ ଦାବି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe