ଶିଶୁ ଭବନ ଛକରେ ଛାତ୍ର କଂଗ୍ରେସ- ପୋଲିସ ଧସ୍ତାଧସ୍ତି । ବ୍ୟାରିକେଡ୍ ଡେଇଁ ନବୀନ ନିବାସ ଅଭିମୁଖେ ଯିବାବେଳେ, ଅଟକାଇଲା ପୋଲିସ

ଶିକ୍ଷକ ଅଭାବ, ପରୀକ୍ଷାରେ ବିଭ୍ରାଟ ଭଳି ପ୍ରସଙ୍ଗକୁ ନେଇ ଛାତ୍ର କଂଗ୍ରେସର ପ୍ରତିବାଦ

94

କନକ ବ୍ୟୁରୋ: ଭୁବନେଶ୍ୱର ଶିଶୁ ଭବନ ଛକରେ ଛାତ୍ର କଂଗ୍ରେସ-ପୋଲିସ ଧସ୍ତାଧସ୍ତି । ବ୍ୟାରିକେଡ୍ ଭାଙ୍ଗି ନବୀନ ନିବାସ ଅଭିମୁଖେ ଯିବା ପାଇଁ ଉଦ୍ୟମ ବେଳେ ଛାତ୍ର କଂଗ୍ରେସ ନେତାଙ୍କୁ ଅଟକାଇଲା ପୋଲିସ । ଫଳରେ ପୋଲିସ ସହ ଛାତ୍ର କଂଗ୍ରେସ ନେତାଙ୍କ ଠେଲାପେଲା ହୋଇଥିଲା । ଏପରିକି ଛାତ୍ର କଂଗ୍ରେସ ନେତା ପୋଲିସ ଉପରକୁ ଟମାଟୋ ମାଡ଼ କରିଥିବା ଦେଖିବାକୁ ମିଳିଥିଲା । କିଛି ସମୟ ପାଇଁ ଶିଶୁଭବନ ଛକରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାପରେ କିଛି ଛାତ୍ର କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଛି ପୋଲିସ । ଛାତ୍ରମାନଙ୍କ ବିଭିନ୍ନ ସମସ୍ୟା ନେଇ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି । କଲେଜରେ ଶିକ୍ଷକ ଅଭାବ, ପରୀକ୍ଷାରେ ବିଭ୍ରାଟ ଭଳି ସମସ୍ୟାକୁ ନେଇ ଛାତ୍ର କଂଗ୍ରେସ ରାସ୍ତାକୁ ଓହ୍ଲାଇଛି । ପ୍ରଥମେ ଛାତ୍ର କଂଗ୍ରେସ ନେତାମାନେ ରାଜମହଲ ଛକରେ ଏକାଠି ହୋଇଥିଲେ । ଏହାପରେ ଶିଶୁ ଭବନ ଛକ ପର୍ଯ୍ୟନ୍ତ ବିରାଟ ରାଲି ଯାଇଥିଲା ।