ଓଡ଼ିଶାରେ ପହଂଚିଲା ୫ଜଣିଆ ଏନଏସଜି ଟିମ । ପୁରୀ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ସୁରକ୍ଷା ବ୍ୟବସ୍ଥାର କରିବ ଯାଞ୍ଚ

158
କନକ ବ୍ୟୁରୋ : ଓଡ଼ିଶାରେ ପହଂଚିଲା ୫ଜଣିଆ ଏନଏସଜି ଟିମ । ଏହି ଟିମ ପୁରୀ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ସୁରକ୍ଷା ବ୍ୟବସ୍ଥାର ଯାଂଚ କରିବା ସହ ମକଡ୍ରିଲ କରିବ । ଏଥିରେ ୨ଜଣ ଅଫିସର ଓ ୩ଜଣ କମାଣ୍ଡୋ ରହିଛନ୍ତି । ପୂର୍ବରୁ ଏକାଧିକ ଥର ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରରେ ଏନଏସଜି ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଯାଂଚ ସହ ମକଡ୍ରିଲ କରାଯାଇଛି । କିନ୍ତୁ ଦୁଇ ମନ୍ଦିରର ଚତୁଃପାଶ୍ୱର୍ରେ ଉନ୍ନତୀକରଣ ପରେ ମକଡ୍ରିଲ କରାଯାଇନାହିଁ ।
ତେଣୁ ସେଥିପାଇଁ ଏଭଳି ମକଡ୍ରିଲର ଆୟୋଜନ କରାଯାଇଛି । ଆସନ୍ତା ୧୬ତାରିଖରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଓ ୧୮ତାରିଖରେ ଶ୍ରୀମନ୍ଦିରରେ ମକଡ୍ରିଲ କରିବ କେନ୍ଦ୍ରୀୟ ସୁରକ୍ଷା ସଂସ୍ଥା । ପୁରୀ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ସୁରକ୍ଷାକୁ ଦୃଷ୍ଟିରେ ରଖି ଯାଞ୍ଚ ବ୍ୟବସ୍ଥା କଡାକଡି ହେବା ନିହାତି ଆବଶ୍ୟକ । କାରଣ ପୁରୀ ଶ୍ରୀମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିର ଆମ ଓଡିଶାର ଗୌରବ ହୋଇଥିବା ବେଳେ ଏଠାକୁ ଦେଶ ବିଦେଶରୁ ଅନେକ ଶ୍ରଦ୍ଧାଳୁ ଶ୍ରୀ ଜଗନ୍ନାଥଙ୍କୁ ଦେଖିବାକୁ ଆସିଥାନ୍ତି ।