କନକ ବ୍ୟୁରୋ: ଶ୍ରୀଲିଙ୍ଗରାଜ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ଯାଂଚ କଲା ନ୍ୟାସନାଲ ସିକ୍ୟୁରିଟି ଗାର୍ଡ କମାଣ୍ଡୋ । ଏନଏସଜିର ଏକ ୫ଜଣିଆ ଟିମ୍ ମନ୍ଦିରର ଯାଂଚ କରୁଛନ୍ତି । ସୂଚନା ଅନୁସାରେ, ଗତକାଲି ଅପରାହ୍ନ ସମୟରେ ଟିମର ସଦସ୍ୟମାନେ ଏକ ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱରରେ ପହଂଚିଥିଲେ ।
ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ଯାଂଚ କରାଯାଇଛି । ନ୍ୟାସନାଲ ସିକ୍ୟୁରିଟି ଗାର୍ଡ କମାଣ୍ଡୋ ଆଜି ମନ୍ଦିର ବୁଲି ଦେଖୁଛନ୍ତି । ଏନଏସଜିର ଏକ ୫ଜଣିଆ ଟିମ୍ ମନ୍ଦିର ପରସିରରେ ତନତନ କରି ସୁରକ୍ଷା ବ୍ୟବସ୍ଥାର ଯାଂଚ କରୁଛନ୍ତି । କୌଣସି ବାହ୍ୟ ଆକ୍ରମଣକୁ କେମିତି ମନ୍ଦିରକୁ ସୁରକ୍ଷା ଦିଆଯିବ, କୌଣସି ଅଘଟଣକୁ କେମିତି ସରୁକ୍ଷା ଦିଆଯିବ । ଏସବୁ ବାବଦରେ ରେକି କରୁଛି କେନ୍ଦ୍ରୀୟ ସଂସ୍ଥା  । ମନ୍ଦିର ଚାରିପଟେ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଚାଲିଛି ସୁରକ୍ଷା ବ୍ୟବସ୍ଥାର ଯାଂଚ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/24-10.jpg)