ଭୁବନେଶ୍ୱରରେ ଏନଏସଜିର ୪୦ ଜଣିଆ ଟିମ୍ ! ବୁଲେଟରେ ବୁଲି ଆତଙ୍କବାଦ ବିରୋଧରେ ଲଢେଇ କରିବାକୁ ଲୋକଙ୍କୁ କରୁଛନ୍ତି ଆହ୍ୱାନ

Advertisment
ଭୁବନେଶ୍ୱରରେ ଏନଏସଜିର ୪୦ ଜଣିଆ ଟିମ୍ ! ବୁଲେଟରେ ବୁଲି ଆତଙ୍କବାଦ ବିରୋଧରେ ଲଢେଇ କରିବାକୁ ଲୋକଙ୍କୁ କରୁଛନ୍ତି ଆହ୍ୱାନ

image courtesy-https://pbs.twimg.com

କନକ ବ୍ୟୁରୋ : କେବଳ ସୈନିକ ଓ କମାଣ୍ଡୋମାନେ ଯେ ଆତଙ୍କବାଦୀଙ୍କ ବିରୋଧରେ ଲଢ଼ିବେ ତାହା ନୁହେଁ। ସମାଜର ସବୁ ବର୍ଗର ଲୋକ ଏବେ ଆତଙ୍କବାଦ ବିରୋଧରେ ଲଢ଼େଇ କରିବାର ସମୟ ଆସିଛି। ଏଭଳି ଆହ୍ଵାନ ନେଇ ଆଜି ଏନଏସଜିର ଏକ ସ୍ୱତନ୍ତ୍ର ଟିମ୍ ବୁଲେଟ ରାଲିରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଏହି ଟିମକୁ ସ୍ୱାଗତ କରିଥିଲେ। ପରେ ଡିଜି କ୍ୟାମ୍ପ ଅଫିସରେ ଏନଏସଜି ସଦସ୍ୟଙ୍କ ସହ ଏକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଆତଙ୍କବାଦ ବିରୋଧରେ ଲଢ଼େଇ ନେଇ ଆଲୋଚନା ହୋଇଥିଲା।

ସେପ୍ଟେମ୍ବର ୫ ତାରିଖରୁ ଦିଲ୍ଲୀରୁ ବାହାରି ଥିବା ଏହି ଏନ୍ଏସ୍ଜି ଟିମ୍ର ନେତୃତ୍ୱ ନେଉଛନ୍ତି ଡେପୁଟି କମାଣ୍ଡାଣ୍ଟ୍ ଅମିତ କୁମାର। ଏବେ ସୁଦ୍ଧା ଏହି ଟିମ୍ ୮ଟି ରାଜ୍ୟର ୫.୫ ହଜାର କିମି ବୁଲି ସାରିଲେଣି। ୪୦ ଦିନର ଏହି ଯାତ୍ରା ଆସନ୍ତା ୧୬ ତାରିଖରେ ଶେଷ ହେବ। ଏଥିରେ ସେମାନେ ୧୩ଟି ରାଜ୍ୟ ଭ୍ରମଣ କରିବେ। ଏହି ଟିମରେ ସମୁଦାୟ ୩୨ ଜଣ କମାଣ୍ଡୋ ଅଛନ୍ତି।

ଏହି ଆଲୋଚନା ଅବସରରେ ଡିଜି ଶ୍ରୀ ଶର୍ମା ଏନଏସଜିକୁ ପ୍ରଶଂସା କରିବା ସହିତ ଓଡ଼ିଶାର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ବାରମ୍ବାର ରେକି ଓ ଡମି ଅପରେସନ୍ କରିବାକୁ ପରାମର୍ଶ ଦେଇଛନ୍ତି। ପୂର୍ବରୁ ପୋଲିସ ଡିଜି ରାଜେନ୍ଦ୍ର ଶର୍ମା ୨୦୦୪ରୁ ୨୦୧୨ ମସିହା ପର୍ୟ୍ୟନ୍ତ ଏନଏସଜିରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିଲେ। ପରେ ତାଙ୍କର ବଦଳି ପୁଲିସ କମିସନର ଭାବେ ଓଡ଼ିଶାକୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe