କନକ ବ୍ୟୁରୋ : ପଞ୍ଜାବ ଅମୃତସର ସ୍ୱର୍ଣ୍ଣ ମନ୍ଦିରରେ ଏନଏସଜି ଟିମ୍ । ମନ୍ଦିର ପାର୍ଶ୍ୱରେ ହୋଇଥିବା ବୋମା ବିସ୍ଫୋରଣ ଘଟଣାର ତଦନ୍ତ କରୁଛି ନ୍ୟାସନାଲ ସିକ୍ୟୁରିଟି ଗାର୍ଡ । ମେ ୬ ତାରିଖ ଏବଂ ସୋମବାର ଦୁଇଟି ବୋମା ବିସ୍ଫୋରଣ ହୋଇଥିଲା । ଏହି ଘଟଣାର ଛାନଭିନ୍ କରିଛି ଏନଏସଜି ଟିମ୍ । ବିସ୍ଫୋରଣ ସ୍ଥାନରୁ କିଛି ନମୂନା ସଂଗ୍ରହ କରିଛି ଏନଏସଜି ଟିମ୍ ।

Advertisment

ଗତକାଲି ହୋଇଥିବା ବୋମା ବିସ୍ଫୋରଣରେ ଜଣେ ବ୍ୟକ୍ତି ଆହତ ହୋଇଥିଲେ । ମେ ୬ ତାରିଖରେ ରାତି ପ୍ରାୟ ୧୧ଟା ୧୫ ମନିଟ୍ ସମୟରେ ମଧ୍ୟ ଏକ ବୋମା ବିସ୍ଫୋରଣ ହୋଇଥିଲା । ତେବେ ଉଭୟ ବିସ୍ଫୋରଣ ଛୋଟ ଧରଣର ହୋଇଥିବା ଅମୃତସର କମିଶନର ସୂଚନା ଦେଇଛନ୍ତି ।