ଲସ୍କର-ଇ-ତୋଏବାକୁ ମାତ୍ ଦେବେ ଏନଏସଜି କମାଣ୍ଡୋ ! ଅମରନାଥ ଯାତ୍ରା ପାଇଁ କେନ୍ଦ୍ର ପଠାଇଲା କମାଣ୍ଡୋ ଫୋର୍ସ ।

ଲସ୍କର-ଇ-ତୋଏବାକୁ ମାତ୍ ଦେବେ ଏନଏସଜି କମାଣ୍ଡୋ ! ଅମରନାଥ ଯାତ୍ରା ପାଇଁ କେନ୍ଦ୍ର ପଠାଇଲା କମାଣ୍ଡୋ ଫୋର୍ସ ।

image courtesy - abpnews.abplive.in

ଗତ ଜୁନ୍ ୨୬ ତାରିଖରୁ ପ୍ରସିଦ୍ଧ ଅମରନାଥ ଯାତ୍ରା ଆରମ୍ଭ ହୋଇ ଯାଇଥିବା ବେଳେ ଅମରନାଥ ଯାତ୍ରୀମାନଙ୍କ ଉପରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା ଆତଙ୍କୀ ହାମଲା କରିବାକୁ ଯୋଜନା ପ୍ରସ୍ତୁତ କରିଥିବା ଭାରତୀୟ ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି ।

ଗୁଇନ୍ଦା ବିଭାଗ ସୂତ୍ରରୁ ମିଳିଥିବା ରିପୋର୍ଟରୁ ଜଣାପଡ଼ିଛି ଯେ କୂଲଗାମରେ ଥିବା ଭିସୁ ମୀର୍ ବଜାର ନିକଟରେ ଏହି ଆତଙ୍କୀ ହାମଲା କରିବା ପାଇଁ ଲସ୍କର-ଇ-ତୋଇବାର ଆତଙ୍କବାଦୀମାନେ ଯୋଜନା ପ୍ରସ୍ତୁତ କରିଛନ୍ତି। ଏବଂ ଲସ୍କର-ଇ-ତୋଇବାର କୁଖ୍ୟାତ ଆତଙ୍କବାଦୀ ମହମ୍ମଦ ନଭେଦ୍ ଜୁତ୍ ଓରଫ ଆବୁ ହନଜାଲା ଏହାର ନେତୃତ୍ୱ ନେଉଥିବା ଜାଣିବାକୁ ମିଳିଛି। ଉଲ୍ଲେଖଯୋଗ୍ୟ ଗତ ଫେବ୍ରୁଆରି ମାସରେ ଆତଙ୍କବାଦୀମାନେ ଶ୍ରୀନଗରର ଏକ ଡାକ୍ତରଖାନା ଉପରକୁ ଗୁଳି ଚଳାଇ ସେଠାରେ ବନ୍ଦୀ ଥିବା ଆବୁ ହନଜାଲାକୁ ମୁକୁଳାଇ ନେଇଥିଲେ।

publive-image

ଗୁଇନ୍ଦା ବିଭାଗ ପକ୍ଷରୁ ଏହି ରିପୋର୍ଟ ମିଳିବା ପରେ ଅମରନାଥ ଯାତ୍ରୀମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଆତଙ୍କୀ ହମଲା ଓ ଆତଙ୍କବାଦୀମାନଙ୍କର ମୁକାବିଲା ପାଇଁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷିତ ଏନଏସଜିର ଏକ କମାଣ୍ଡୋ ବାହିନୀଙ୍କୁ ସମସ୍ତ ପ୍ରକାରର ଅତ୍ୟାଧୁନିକ ମାରଣାସ୍ତ୍ର ସହ ଅମରନାଥ ଯାତ୍ରୀଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଜାମ୍ମୁକାଶ୍ମୀର ପଠାଇଛନ୍ତି। ଏବଂ ଏନଏସଜିର ଏହି କମାଣ୍ଡୋ ବାହିନୀ ଏବେ ଶ୍ରୀନଗରର ହୁମହାମ୍ ଠାରେ ଥିବା ବିଏସଏଫର ମୁଖ୍ୟାଳୟରେ ଡେରା ପକାଇ ରହିଛନ୍ତି। ଏହାଛଡ଼ା ଅମରନାଥ ଯାତ୍ରୀମାନଙ୍କର ସୁରକ୍ଷା ପାଇଁ ସିଆରପିଏଫର ଜବାନମାନଙ୍କୁ ନେଇ ଏକ ମୋଟର ସାଇକେଲ ସ୍କାର୍ଡ ମଧ୍ୟ ଗଠିତ ହୋଇଛି। ଯେଉଁମାନେ ଦିନରାତି ୨୪ ଘଣ୍ଟା ତିନିଟି ସିଫ୍ଟରେ ମୋଟର ସାଇକେଲରେ ବୁଲି ଅମରନାଥ ଯାତ୍ରୀମାନଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe