କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ନାଁରେ ଲାଗିଲା ଏନଏସଏ । ଏନଏସଏ ଅର୍ଥାତ ଜାତୀୟ ନିରାପତ୍ତା ଆଇନ ଲାଗୁ ପାଇଁ ନିର୍ଦ୍ଦେଶ ଦେଲା କମିଶନରେଟ ପୋଲିସ । ଦାଦାବଟି ଅଦାୟ ଓ ଲୋକଙ୍କୁ ଭୟଭୀତ କରୁଥିବାରୁ ଏନଏସଏ ଲାଗୁ ହୋଇଛି । ଏହାସହ ଆଜି ରାଜାକୁ ଏସଡିଜେଏମ କୋର୍ଟରୁ ଜାମିନ ମିଳିଛି ।
ଜଣେ ଜାମିନଦାର ଓ ୨୦ ହଜାର ଟଙ୍କା ବେଲ୍୍ ବଣ୍ଡରେ ରାଜାକୁ ଜାମିନ ମିଳିଛି । ରାଜାକୁ ଗତ ଅକ୍ଟୋବର ୧୭ ତାରିଖରେ ଦାଦାବଟି ଆଦାୟ ମାମଲାରେ ଗିରଫ କରିଥିଲା କମିଶନରେଟ ପୋଲିସ ।
ଗ୍ୟାଙ୍ଗଷ୍ଟର ରାଜା ନାଁରେ ଆହୁରି ଅନେକ ଅପରାଧିକ ମାମଲା ରହିଛି । କୋଚ ବିରଞ୍ଚି ଦାସ ହତ୍ୟା ମାମଲାରେ ରାଜାକୁ ଗିରଫ କରିଥିଲା ପୋଲିସ । ସେହିପରି ଏବେ ଲୋକଙ୍କଠାରୁ ଭୟଭୀତ କରି ଦାଦାବଟି ଆଦାୟ କରୁଥିବାରୁ ରାଜା ନାଁରେ ଏନଏସଏ ଲାଗୁ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/5-25.jpg)