ସଂକଟରେ ଆଫଗାନିସ୍ତାନ । ସୁରକ୍ଷା ପ୍ରସଙ୍ଗରେ ୭ ଦେଶର ସୁରକ୍ଷା ପରାମର୍ଶଦାତାଙ୍କ ବୈଠକ

Advertisment
ସଂକଟରେ ଆଫଗାନିସ୍ତାନ । ସୁରକ୍ଷା ପ୍ରସଙ୍ଗରେ ୭ ଦେଶର ସୁରକ୍ଷା ପରାମର୍ଶଦାତାଙ୍କ ବୈଠକ

କନକ ବ୍ୟୁରୋ : ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ସେଠାରେ ଦେଖାଦେଇଥିବା ବିଭିନ୍ନ ସମସ୍ୟା ନେଇ ୭ ଟି ଦେଶର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତାମାନେ ଦିଲ୍ଲୀରେ ଏକ ବୈଠକ କରୁଛନ୍ତି । ଏହି ବୈଠକରେ ଇରାନ, ଋଷ, ତାଜିକିସ୍ତାନ, କିର୍ଗିସ୍ତାନଳ କଜାଖସ୍ତାନ, ଓଜବେକିସ୍ତାନ ଓ ତୁର୍କିମୋନିସ୍ତାନ ସାମିଲ ହୋଇଛି । ଏହି ବୈଠକରେ ଯୋଗ ଦେଇଥିବା ସମସ୍ତ ସଦସ୍ୟା ଆଫଗାନର ସ୍ଥତି ନେଇ ଚିନ୍ତା ପ୍ରକଟ କରିଛନ୍ତି । ବୈଠକରେ ବିଶେଷ କରି ଆତଙ୍କବାଦ ଓ ନିଶା ଚୋରା ଚାଲଣ ରୋକିବା ଉପରେ ଫୋକସ କରାଯାଇଛି ।

ଏହି ବୈଠକର ନାମ ‘ଦିଲ୍ଲୀ ରିଜନଲ ସିକ୍ୟୁରିଟି ଡାଏଲଗ ଅନ ଆଫଗାନିସ୍ତାନ’ ରଖାଯାଇଛି । ଏହି ଏନଏସଏ ଲେବଲ ବୈଠକକୁ ଭାରତ ଆୟୋଜିତ କରିଛି । ଏହାସହ ଭାରତର ଜାତୀୟ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଅଜିତ ଡୋଭାଲ ଏହି ବୈଠକରେ ଅଧ୍ୟକ୍ଷତା କରୁଛନ୍ତି । ଏହି ବୈଠକରେ ଯୋଗ ଦେବାକୁ ପାକିସ୍ତାନ ମନା କରିଦେଇଥିଲା । ଏହାସହ ଚୀନ ବି ସିଡ୍ୟୁଲର ବାହାନା ଦେଖାଇ ଏହି ବୈଠକରୁ ଉହୁରି ଯାଇଛି ।

ଏହି ବୈଠକରେ ଡୋଭାଲ କହିଛନ୍ତି କି “ମୋର ପୂର୍ଣ୍ଣ ବିଶ୍ୱାସ ରହିଛି କି ଆମ ମଧ୍ୟରେ ବିଚାର ବିମର୍ଷ ଆଫଗାନ ଲୋକଙ୍କ ସମସ୍ୟା ସମାଧାନ କରିବା ସହ ଆମର ସାମୁହିକ ସୁରକ୍ଷା ବୃଦ୍ଧି କରିବାରେ ସହାୟକ ହେବ”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe