କନକ ବ୍ୟୁରୋ: ବିଜେଡିର ପରାଜୟ ନେଇ ବିସ୍ଫୋରକ ବୟାନ ଦେଲେ ନୃସିଂହ ଚରଣ ସାହୁ । କ୍ଷମତାରୁ ବିଜେଡି ସରକାର ଯିବା ପରେ ମୁହଁ ଖୋଲିଲେ ବରିଷ୍ଠ ବିଜେଡି ନେତା । କହିଲେ ବିଜେଡି ହିଁ ହରାଇଛି ବିଜେଡିକୁ ।

ଏଥିସହ ପୁଣି ଥରେ ବିଜେଡ଼ି ନେତାଙ୍କ ମୁହଁରେ ଦୋହରିଛି ଢୋଲ ଭିତରେ ମୂଷା ଉପାଖ୍ୟାନ। ନୃସିଂହ ସାହୁ କହିଛନ୍ତି ବିଜେଡ଼ି ହିଁ ବିଜେଡ଼ିକୁ ହରାଇଛି। ବିଭିନ୍ନ ଜାଗାରେ ମୂଷା ଥିଲେ। ଅନେକ କ୍ଷେତ୍ରରେ ବିଜେଡ଼ି ଲୋକ ବିଜେଡ଼ିକୁ ହିଁ ହରାଇବାକୁ ଲାଗିଥିଲେ । ଭୋଟ ପଛରେ ନ ଲାଗି ସେମାନେ ପ୍ରାର୍ଥୀଙ୍କୁ ହରାଇବାକୁ ଲାଗିଲେ। କିନ୍ତୁ ବିଜେପି କର୍ମୀ ତାଙ୍କ ପ୍ରାର୍ଥୀ ପଛରେ ରହିଲେ। ଏହା ଗୋଟେ ଫ୍ୟାକ୍ଟର ବିଜେଡି ହାରିବାର ବୋଲି କହିଛନ୍ତି ନୃସିଂହ ସାହୁ ।

publive-image

ତେବେ ଅନ୍ୟ ଏକ ଫ୍ୟାକ୍ଟର କଥା ଉଠାଇ ନୃସିଂହ କହିଛନ୍ତି କି ବେଶୀ ଦିନ କ୍ଷମତାରେ ରହିଲେ ଟିକେ ଅଳସୁଆ, ମନମୁଖୀ, ଦିଗହରା, ଖାମ୍ ଖିଆଲ ହେଇଯାଆନ୍ତି। ଆମେ ତ ଜିତୁଛୁ , ଜିତିବୁ। ଓଭର କନଫିଡେନ୍ସ ପାଇଁ ଢିଲା ହେଇଗଲେ, ତେଣୁ ହାରିଲେ ବୋଲି ବିସ୍ଫୋରକ ବୟାନ ଦେଇଛନ୍ତି ନୃସିଂହ ସାହୁ ।