ନିଦ୍ୱର୍ନ୍ଦରେ ମା ନିର୍ବାଚିତ ହେଲେ ସରପଞ୍ଚ, ଏନଆରଆଇ ପୁଅ କରିଦେଲେ ଏଭଳି କାମ

223

କନକ ବ୍ୟୁରୋ : ରାଜସ୍ଥାନର ବାଡମେର ଜିଲ୍ଲାର ବୁଢାତାଲା ପଞ୍ଚାୟତରେ ନିବ ନିଯୁକ୍ତ ସରପଂଚଙ୍କ ପରିବାର ଏଭଳି କାମ କଲେ ଯେ ଯାହା ଅନ୍ୟମାନଙ୍କ ପାଇଁ ନିଶ୍ଚିତ ଆଦର୍ଶ ପାଲଟିଯିବ । ପରିବାର ଲୋକ ନିଜ ପକେଟରୁ ୧ କୋଟି ଟଙ୍କା ଖର୍ଚ୍ଚ କରି ପଞ୍ଚାୟତ ଭବନ ନିର୍ମାଣ କରିଛନ୍ତି । ଶୁକ୍ରବାର ଦିନ ଏହି ପଞ୍ଚାୟତ ଭବନର ଉଦଘାଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଜିଲ୍ଲାପାଳ ଓ ବିଧାୟକ ସରପଂଚଙ୍କ ପରିବାରକୁ ଅନେକ ଅନେକ ଧନ୍ୟବାଦ ଦେଇଛନ୍ତି ।

ଏନଆରଆଇ ନବଲ କିଶୋର ଗୋଦରା କହିଛନ୍ତି କି ତାଙ୍କର ବାଣିଜ୍ୟ ଭାରତ ବାହାରେ ବି ଚାଲୁଛି । ହେଲେ ଯେତେବେଳେ ଗ୍ରାମବାସୀମାନେ ମିଶି ମୋ ମା’ଙ୍କୁ ନିଦ୍ୱର୍ନ୍ଦରେ ସରପଞ୍ଚ ଭାବେ ନିର୍ବାଚିତ କରିବା ଫରେ ମୋ କାନ୍ଧ ଉପରେ ଦାୟିତ୍ୱ ଥିଲା କି ସେହି ଗ୍ରାମପଞ୍ଚାୟତକୁ କିଭଳି ନିଆରା କରାଯାଇ ପାରିବ । ଏହି କାରଣରୁ ସେ ନିଜ ପକେଟରୁ ୧ କୋଟି ଟଙ୍କା ଖର୍ଚ୍ଚ କରି ଏକ ସୁନ୍ଦର ପଞ୍ଚାୟତ ଭବନ ନିର୍ମାଣ କରିଥିବା କଥା ଗୋଦରା କହିଛନ୍ତି ।

କେବଳ ସେତିକି ନୁହେଁ ମା’ ସରପଞ୍ଚ ହେବା ପରେ ପୁଅ କିଶୋର ପଞ୍ଚାୟତର ସମସ୍ତ ନାଗରିକମାନଙ୍କ ପାଇଁ ‘ଚିରଞ୍ଜୀବ’ ଯୋଜନା ପ୍ରଣୟନ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ପଞ୍ଚାୟତର ଯେଉଁ ନାଗରିକମାନେ ଜୀବନ ବୀମା କରିନାହାଁନ୍ତି ସେମାନଙ୍କ ପାଇଁ କିଶୋର ନିଜ ପକେଟରୁ ଟଙ୍କା ଦେଇ ଜୀବନ ବୀମା କରାଉଛନ୍ତି ।

ଉପଖଣ୍ଡ ଅଧିକାରୀ ମହାବୀର ସଂ ନବଲ କିଶୋରଙ୍କୁ ପ୍ରଶଂସା କରି କହିଛନ୍ତି ଯେ କେବଳ ବାଡମେର ନୁହେଁ ପୁରା ରାଜସ୍ଥାନ ପାଇଁ ଏହି ଗ୍ରାମ ପଞ୍ଚାୟତ ଏକ ଆଦର୍ଶ । ଏହି କ୍ରମରେ କଂଗ୍ରେସର ବରିଷ୍ଠ ବିଧାୟକ ଅମୀନ ଖାନ କହିଛନ୍ତି ଯେ “ମୁଁ ମୋ ରାଜନୈତିକ ଜୀବନ କାଳରେ ଏଭଳି ଜନ ପ୍ରତିନିଧୀ ଦେଖି ନାହିଁ, ଯେଉଁ ନେତା ନିଜ ପକେଟରୁ ଏଭଳି ଆଧୁନିକ ପଞ୍ଚାୟତ ଗୃହ ନିର୍ମାଣ କରିଛନ୍ତି , ”