ନବ ଦମ୍ପତିଙ୍କୁ ସରକାରୀ ଉପହାର । ବିବାହ ଦିନ ହିଁ ଆଶା କର୍ମୀ ଦେବେ ନବ ଦମ୍ପତି ଗିଫ୍ଟ । 

2,766

କନକ ବ୍ୟୁରୋ : ନବ ଦମ୍ପତିଙ୍କୁ ଉପହାର ଦେବେ ସରକାର । ନବ ବିବାହିତଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦେବ ଉପହାର । ନୂଆ ବିବାହ କରିଥିବା ଦମ୍ପତିଙ୍କୁ ଆଶା କର୍ମୀ ଦେବେ ଏହି ଉପହାର । ଯେଉଁ ଗିଫ୍ଟ ପ୍ୟାକେଟରେ ରହିବ  ୨ଟି ଟାୱେଲ , ନେଲ କଟର ,ଆଇନା,ପାନିଆ, ଟିକିଲି,ରୁମାଲ, ସହ ପରିବାର ନିୟୋଜନ କିଟ । ଏହି ପରିବାର ନିୟୋଜନ କିଟରେ ଗର୍ଭ ନିରୋଧକ,  ଓରାଲ କଣ୍ଟ୍ରା ସେପଟିକ ପିଲ , ପ୍ରେଗନେନ୍ସି ଟେଷ୍ଟିଂ କିଟ,ଏମରଜେନ୍ସି କଣ୍ଟ୍ରା ସେପ୍ଟିକ ପିଲସ ଓ ବିବାହ ପଞ୍ଜିକରଣ ଫର୍ମ ରହିବ । ତା ସହ ପରିବାର ଓ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ପକ୍ଷରୁ କେତେକ ପୁସ୍ତିକା ମଧ୍ୟ ଏହି କିଟରେ ରହିବ । ନବ ଦମ୍ପତିଙ୍କ ପାଇଁ ଏହି ଯୋଜନା ଚଳିତ ବର୍ଷ ବିବାହ ଋତୁ ତଥା  ସେପ୍ଟେମ୍ବର ମାସରୁ ଲାଗୁ କରାଯିବ ।

ପ୍ରଥମ ରାଜ୍ୟ ଭାବେ ଓଡିଶା ଦେବାକୁ ଯାଉଛି ନବଦମ୍ପତିଙ୍କୁ ଏଭଳି ବିବାହ ଗିଫ୍ଟ ।ଓଡ଼ିଶାରେ ନୂଆ ବିବାହ କରିବାକୁ ଯାଉଥିବା ଯୋଡ଼ିଙ୍କୁ ସ୍ୱାସ୍ଥ୍ୟ ବିଭାଗର ଏନଆରଏଚଏମ୍ ତରଫରୁ ଦିଆଯିବ”ନବ ଦମ୍ପତି ଗିଫ୍ଟ”  । ଏନେଇ ସୂଚନା ଦେଇଛନ୍ତି ଏନଆରଏଚଏମ୍ ନିର୍ଦ୍ଦେଶିକା ଶାଲୀନି ପଣ୍ଡିତ ।