ଆଉ ରହିବନି ଟଙ୍କା ଡିପୋଜିଟ୍ ଟେନସନ୍ । ଯେକୌଣସି ଏଟିଏମରେ ଜମା କରିପାରିବେ ଆପଣଙ୍କ ଟଙ୍କା, ଖୁବଶୀଘ୍ର ଆସୁଛି ନୂଆ ସୁବିଧା ।

462

କନକ ବ୍ୟୁରୋ : ଏଣିକି ଟଙ୍କା ଡିପୋଜିଟ୍ କରିବା ପାଇଁ ଆପଣଙ୍କୁ ଆଉ ଅସୁବିଧାର ସାମ୍ନା କରିବାକୁ ହେବ ନାହିଁ । ବର୍ତ୍ତମାନ ସମୟରେ ଏଟିଏମରେ ଟଙ୍କା ଜମା କରିହେଉଛି ସତ, କିନ୍ତୁ ଆପଣଙ୍କ ଆକାଉଂଟ ଯେଉଁ ବ୍ୟାଙ୍କର ହେଇଥିବ, ଆପଣ କେବଳ ସେହି ବ୍ୟାଙ୍କର ଏଟିଏମରେ ହିଁ ଟଙ୍କା ଡିପୋଜିଟ୍ କରିପାରୁଛନ୍ତି । ଏପରିକି ବେଳେ ବେଳେ ଆପଣଙ୍କ ଆବଶ୍ୟକ ସମୟରେ, ସେହି ସ୍ଥାନରେ ହୁଏତ ଆପଣଙ୍କ ଆକାଉଂଟ ଥିବା ବ୍ୟାଙ୍କର ଏଟିଏମ୍ ନଥାଏ । ଯେଉଁଥିପାଇଁ ଆପଣ ଅନେକ ଅସୁବିଧାର ମଧ୍ୟ ସାମ୍ନା କରୁଥିବେ ।

କିନ୍ତୁ ଏଣିକି ଆପଣଙ୍କୁ ଆଉ ଏଭଳି ଅସୁବିଧାର ସାମ୍ନା କରିବାକୁ ହେବ ନାହିଁ । ଆପଣ ନିଜ ଏଟିଏମ କାର୍ଡରେ ଯେଉଁଭଳି ଭାବେ ଯେକୌଣସି ଏଟିଏମ୍ କାର୍ଡରୁ ଟଙ୍କା ଉଠାଇ ପାରୁଛନ୍ତି, ଠିକ୍ ସେମିତି ଯେକୌଣସି ଏଟିଏମରେ ଆପଣ ଟଙ୍କା ମଧ୍ୟ ଡିପୋଜିଟ୍ କରିପାରିବେ । ଏମିତି ହିଁ କିଛି ବ୍ୟବସ୍ଥା ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର ।

ନ୍ୟାସନାଲ ପେମେଂଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ଏମିତି ଏକ ଯୋଜନା ଉପରେ କାର୍ଯ୍ୟ କରୁଛି, ଯାହାଦ୍ୱାରା ଦେଶର ସମସ୍ତ ବଡ ବ୍ୟାଙ୍କର ଏଟିଏମ୍ ଗୁଡିକୁ ପରସ୍ପର ସହ ଯୋଡି ଦିଆଯିବ । ଆଉ ଏପରି ହେବା ଦ୍ୱାରା ଆପଣ ଯେତେବେଳେ ଚାହିଁଲେ ଯେକୌଣସି ବ୍ୟାଙ୍କର ଏଟିଏମରେ ଅତି ସହଜରେ ଟଙ୍କା ଡିପୋଜିଟ୍ କରିପାରିବେ ।

ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ, ଆପଣଙ୍କୁ ନିଜ ଟଙ୍କାକୁ ସୁରକ୍ଷିତ ଭାବେ ଆଉ ବ୍ୟାଙ୍କକୁ ନେଇ ଯିବାକୁ ହେବ ନାହିଁ । ଆପଣଙ୍କ ନିକଟରେ ଥିବା ଯେକୌଣସି ଏଟିଏମରେ ଆପଣ ଟଙ୍କା ଜମା କରିପାରିବେ । ଆଉ ସବୁଠାରୁ ବଡ କଥା ହେଉଛି, ସବୁ ଏଟିଏମରେ ସବୁବେଳେ ଟଙ୍କା ମଧ୍ୟ ମହଜୁଦ୍ ରହିବ ।