ନୌସେରା ସେକ୍ଟରରେ ୨ଯବାନ ସହିଦ । ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀଙ୍କ ଗୁଳିରେ ଯବାନ ସହିଦ

ନୌସେରା ସେକ୍ଟରରେ ୨ଯବାନ ସହିଦ । ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀଙ୍କ ଗୁଳିରେ ଯବାନ ସହିଦ

ବୁଧବାର ପ୍ରତ୍ୟୁଷରେ ଜମ୍ମୁ ଓ କଶ୍ମୀରର ରାଜୌରି ଜିଲ୍ଲା ଅନ୍ତର୍ଗତ ନୌସେରା ଅଞ୍ଚଳର ନିୟନ୍ତ୍ରଣ ରେଖା ଠାରେ ନିରାପତ୍ତା ବଳ ଓ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ମଧ୍ୟରେ ଚାଲିଥିବା ଭୟାବହ ଗୁଳି ବିନିମୟ ଘଟଣାରେ ସେନାବହିନୀର ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ସରକାରୀ ଅଧିକାରୀମାନେ କହିଛନ୍ତି ଯେ ପାକିସ୍ତାନ ଅଧିକୃତ କଶ୍ମୀରରୁ ଲୁଚି ଲୁଚି ଭାରତକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଅନୁପ୍ରବେଶକାରୀମାନଙ୍କୁ ଖରିର ଥ୍ରାୟାତ୍ ବଣରେ ବାଧା ଦିଆଯାଇଥିଲା।

publive-image

ସେନା ପକ୍ଷରୁ କୁହାଯାଇଛି : ନୌଶେରା ସେକ୍ଟରରେ ‘କର୍ଡନ୍ ଓ ସର୍ଚ’ ଅଭିଯାନ ଚାଲିଥିବା ବେଳେ ସେନାର ଦୁଇଜଣ ଯବାନ ସହିଦ ହୋଇଛନ୍ତି। ଏବେ ମଧ୍ୟ ଘଟଣାସ୍ଥଳରେ କର୍ଡନ୍ ଓ ସର୍ଚ ଅପରେସନ୍ ଚାଲିଛି। ଆହୁରି ଖବର ମଧ୍ୟ ଆସିବ। ସନ୍ଦିଗ୍ଧ ଆତଙ୍କବାଦୀମାନଙ୍କ ଚଳପ୍ରଚଳ ସମ୍ବନ୍ଧରେ ସୂଚନା ପାଇବା ପରେ ତଲାସ ଅଭିଯାନ ଆରମ୍ଭ ହୋଇଥିଲା ଅନୁପ୍ରବେଶକାରୀମାନେ ସୈନିକମାନଙ୍କ ଉପରକୁ ଗୁଳି ଚଳାଇବାରୁ ପ୍ରବଳ ଗୁଳିବିନିମୟ ହୋଇଥିଲା। ଏଥିରେ ଦୁଇ ଜଣ ଯବାନ ସହିଦ ହୋଇଗଲେ। ସମ୍ପୃକ୍ତ ଅଞ୍ଚଳରେ ବ୍ୟାପକ ତଲାସ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe