ରାତି ୮ଟା ଯାଏଁ ସର୍ତକ ସୂଚନା ! ୧୧ଟି ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷା, ସର୍ତକ ସୂଚନା ଜାରି କଲା ପାଣିପାଗ ବିଭାଗ

46

କନକ ବ୍ୟୁରୋ : ପୁଣି କାଳବୈଶାଖୀ ଡର । ବଜ୍ରପାତ ସହ ପ୍ରବଳ ପବନ ହେବା ସମ୍ଭାବନା । ଆଜି ସଂଧ୍ୟା ୪ଟାରୁ ୮ଟା ପର୍ଯ୍ୟନ୍ତ ୧୧ଟି ଜିଲ୍ଲା ପାଇଁ ସର୍ତକ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବଜ୍ରପାତ ସହ ଝଡ଼ବର୍ଷା ହେବାକୁ ଥିବା ସାମ୍ଭାବ୍ୟ ଜିଲ୍ଲା ଗୁଡିକ ହେଲା, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ନବରଙ୍ଗପୁର, ବଲାଙ୍ଗୀର, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ ସହ ଯାଜପୁର ।

rainଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀର ସମ୍ଭାବନା ରହିଛି । ଏହି ସମୟରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ନେଇ ପାଣିପାଗ ବିଭାଗ ସର୍ତକ କରିଛି । ତେଣୁ ଘରୁ ପଦାକୁ ବାହାରିବା ସମୟରେ ସର୍ତକତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ପାଣିପାଗ କେନ୍ଦ୍ରର ନିର୍ଦେଶକ ଶରତ ସାହୁଙ୍କ କହିବାନୁଯାୟୀ ଏବେ ପାଗରେ ପରିବର୍ତନ ହେବ ନାହିଁ। ଝାଡ଼ଖଣ୍ଡ ଉପରେ ଘୂର୍ଣ୍ଣବଳୟ ସୃଷ୍ଟି ହୋଇଥିବାରୁ ତାହାର ପ୍ରଭାବରେ କାଳବୈଶାଖୀ ହେଉଛି ।

ଗତ ପାଞ୍ଚ ମାସରେ ରାଜ୍ୟରେ ୨୮୦ଲୋକଙ୍କ ମୃତ୍ୟୁ ହୋଇଛି ବଜ୍ରପାତରେ । ଆଉ ଗଲା ୮ବର୍ଷରେ ୨,୬୫୫ ଜଣଙ୍କ ଜୀବନ ଯାଇଛି । ଏହି ମୃତ୍ୟୁହାର ଗ୍ରାମଞ୍ଚଳରେ ସର୍ବାଧିକ ହୋଇଥିବାରୁ ଏହା ପଛରେ ତାଳଗଛ ଲୋପ ଏକ ବଡ କାରଣ ବୋଲି କୁହାଯାଉଛି । ଗ୍ରାମ୍ୟଜଙ୍ଗଲ ଲୋପ ପାଇ କଂକ୍ରିଟ ଜଙ୍ଗଲ ବୃଦ୍ଧି ପାଉଥିବାରୁ ଏହି ସମସ୍ୟା ସୃଷ୍ଟି ହେଉଥିବା କହିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ ।