ସର୍ତକ ରୁହନ୍ତୁ ୧୦ ଜିଲ୍ଲାବାସୀ ! ବର୍ଷା, ଘଡ଼ଘଡ଼ି ଓ ଝଡ଼ତୋଫାନ ସମ୍ଭାବନା, ରାତି ୧୦.୪୫ ଯାଏଁ ସର୍ତକ ସୂଚନା ଜାରି କଲା ପାଣିପାଗ ବିଭାଗ

31

କନକ ବ୍ୟୁରୋ: ଆସୁଛି କାଳବୈଶାଖୀ । ବର୍ଷା, ବଜ୍ରପାତ ଓ ଝଡ଼ତୋଫାନକୁ ନେଇ ସର୍ତକ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟର ୧୦ଟି ଜିଲ୍ଲାରେ ଆଗୁଆ ସର୍ତକ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଏହି ସମୟରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ସର୍ତକ କରିଛି । ଏପରିକି ରାତି ୧୦.୪୫ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିପାରେ ବୋଲି ସମ୍ଭାବନା ରହିଛି ।

କାଳବୈଶାଖୀ, ଝଡ ଓ ବଜ୍ରପାତ ହେବାକୁ ଥିବା ଜିଲ୍ଲା ଗୁଡିକ ହେଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ, ଜଗତସିଂହପୁର, ଅନୁଗୁଳ ଓ ଢେଙ୍କାନାଳ । ଏହି ୧୦ଟି ଜିଲ୍ଲାରେ କାଳବୈଶାଖୀ ସମୟରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ । ଆଉ ଏହାର ଝଲକ ଭୁବନେଶ୍ୱରେ ଦେଖିବାକୁ ମିଳିଛି । ପ୍ରବଳ ବର୍ଷାରେ ଆଜି ଭିଜିଛି ରାଜଧାନୀ ଭୁବନେଶ୍ୱର ।ବର୍ଷା ସହ ୫୦ରୁ ୬୦ ପବନ ବହିବା ଦ୍ୱାରା ସାଧାରଣ ଜୀବନଯାତ୍ରା କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଛି । ଏପରିକି କିଛି ସମୟ ପାଇଁ ବିଦ୍ୟୁତ ସରବରାହ ମଧ୍ୟ ବନ୍ଦ ରହିଛି ।